*ଖଡ଼ିଆଳ ବ୍ଲକ ସମ୍ମୁଖ ରେ ବ୍ୟକ୍ତିଗତ ଉଦ୍ୟମ ରେ ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷ ଦ୍ୱାରା ଜଳଛତ୍ର ଉଦ୍ଘାଟନ, ଖଡ଼ିଆଳ ବିଧାୟକ ଦ୍ଵାରା ଜଳଛତ୍ର ହେଲା ଉଦଘାଟନ*
ନୂଆପଡା(ମିଖାଏଲ ନନ୍ଦ)
ତ:୨୦.୦୪.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଖରା ଦିନେ ପଥିକ ଓ ସାଧାରଣ ଜନତାଙ୍କୁ ଶୋଷ ମେଣ୍ଟାଇବା ପାଇଁ ଜଳଛତ୍ର ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଏହି ଜଳଛତ୍ର ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡିଙ୍କ ବ୍ୟକ୍ତିଗତ ଉଦ୍ୟମରେ ଏହି ଜଳଛତ୍ରର ଆୟୋଜନ କରାଯାଇଛି।ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବ୍ଲକ ଅଫିସକୁ ଆସୁଥିବା ଲୋକ ଓ ପଥିକମାନଙ୍କୁ ପାନୀୟ ଜଳ ଯୋଗାଇବା ଏହାର ମୁଖ୍ୟ ଲକ୍ଷ୍ୟ।ଏହି ଅବସରରେ ବ୍ଲକର ଅନ୍ୟାନ୍ୟ ଜନପ୍ରତିନିଧି ଏବଂ ସମାଜସେବୀମାନେ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।
