ଫଳକରେ ମାଳ ମାଳ ନାଁ ଝୁଲୁଛି ହେଲେ ଯୋଜନାରେ ତାଲା !
ଖାଲି ତାଲା ଝୁଲୁନି, ତା ଉପରେ ଭେରାଇଟି ଗଛ ବି ଉଠିଗଲାଣି ! ଇଏ ହେଉଛି ଆଇଟିଆଇ ଛକ ଠାରେ ଥିବା ମୁକ୍ତା ଯୋଜନାରେ ପରିସ୍ରାଗାର। ଦୀର୍ଘ ଦିନ ଧରି ତାଲା ଝୁଲୁଥିବା ବେଳେ, ଉତ୍ତର ଦାୟିତ୍ୱ କାହାର, ସାଧାରଣରେ ଏକ ବଡ଼ ପ୍ରଶ୍ନବାଚୀ ! ସ୍ଥାନୀୟ କାଉନସିଲର ଯାହା କହନ୍ତି , ମରାମତି ବାବଦରେ ବନ୍ଦ ରହିଛି, ସରକାରୀ ଅଫିସରଙ୍କ ତଦାରଖ ପରେ ଖୋଲାହେବ ହେଲେ ସ୍ଥାନୀୟ ଅଞ୍ଚଳର ଲୋକେ ଯାହା କହୁଛନ୍ତି, ଦୀର୍ଘ ଦିନ ଧରି ଏହିଭଳି ଅବସ୍ଥାରେ ଏ ପରିସ୍ରାଗାର ତାଲା ପଡ଼ି ରହିଛି, ଅନ୍ୟପଟେ ପାଣି ଟାଙ୍କି ଅଛି ହେଲେ ପାଣି ବାହାରେ ନାହିଁ। ଆରଟିଓ ଅଫିସ ସମେତ ଏ ଅଞ୍ଚଳରେ ଥିବା ଅନେକ ସ୍କୁଲ କଲେଜ ତଥା ବିଭିନ୍ନ ଅଫିସକୁ ଆସୁଥିବା ଲୋକେ ଅସହ୍ୟ ଗୁଳୁଗୁଳି ଗରମ ସମୟରେ ପରିସ୍ରାଗାରର ତାଲା ବନ୍ଦ ପାଇଁ ରାସ୍ତା କଡ଼ରେ ଏପାଖ ସେପାଖ ହୋଇ ହଇରାଣ ହରକତ ହେଉଥିବା ବେଳେ, ସାଧାରଣରେ ଦେଖିବାକୁ ବାକି ରହିଲା କେବେ,ଏହା ପୁଣି କାର୍ଯ୍ୟକାରୀ ହେଉଛି ନା ସରକାରଙ୍କ ଯୋଜନାର ଏହା ହେଉଛି ବାସ୍ତବିକ ଚିତ୍ରର ଗୋଟିଏ ଗୋଟିଏ ନମୁନା !
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
