ପରଶୁରାମ ଜୟନ୍ତୀରେ ଶୋଭାଯାତ୍ରା, ସହରରେ ଭକ୍ତି ଓ ସାଂସ୍କୃତିକ ଚେତନାର ସନ୍ଦେଶ
ଭବାନୀପଟ୍ଟଣା: (ରମେଶ ଅଗ୍ରୱାଲ.:ନିପ୍ର)କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ଅକ୍ଷୟ ତୃତୀୟା ଅବସରରେ ପଡ଼ୁଥିବା ପରଶୁରାମ ଜୟନ୍ତୀକୁ ଅବଲମ୍ବନ କରି ଭବାନୀପଟ୍ଟଣାରେ ବିଶାଳ ରାଲିର ଆୟୋଜନ କରାଯାଇଥିଲା। ଭବାନୀପଟ୍ଟଣା ବାଳାଜୀ ମନ୍ଦିରରେ ପ୍ରାର୍ଥନା ପରେ ର୍ୟାଲି ଆରମ୍ଭ ହୋଇଥିଲା ଏବଂ ଶତାଧିକ ଲୋକ ଭଗବାନ ପରଶୁରାମଙ୍କ ପୂଜା ପାଇଁ ଏକତ୍ରିତ ହୋଇଥିଲେ। ସୁସଜ୍ଜିତ ରଥରେ ସ୍ଥାପିତ ଭଗବାନଙ୍କ ମୂର୍ତ୍ତି ରାଲିର ମୁଖ୍ୟ ଆକର୍ଷଣ ଥିଲା।
“ଜୟ ପରଶୁରାମ” ନାରା, ଢୋଲ ଓ ଡିଜେର ସୁରରେ ପାରମ୍ପରିକ ପ୍ରଦର୍ଶନ ସହ ର୍ୟାଲିରେ ଉତ୍ସାହ ଦେଖାଯାଇଥିଲା। ରାସ୍ତାର ଚୌମୁହାନୀରେ ନାଗରିକମାନେ ଏକତ୍ରିତ ହୋଇ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଓ ଫୁଲ ବର୍ଷା କରିଥିଲେ।
ସନ୍ଧ୍ୟା ୪ଟାରେ ଆଚାର୍ଯ୍ୟ ଶରତ କୁମାର ମିଶ୍ର ଏବଂ ନିରଞ୍ଜନ ଦାସଙ୍କ ନେତୃତ୍ୱରେ ଭଗବାନ ପରଶୁରାମଙ୍କ ପୂଜା-ଅର୍ଚ୍ଚନା କରାଯାଇଥିଲା। କଳ୍ପେଶ୍ୱର ପୁରୋହିତ କର୍ତ୍ତା ଭାବେ ଦାୟିତ୍ୱ ନିଭାଇଥିଲେ। ଶୁଭୀର ଠାକୁର, ଦିଲୀପ ଜାନୀ ଓ ତାଙ୍କ ସହଯୋଗୀମାନେ ଭଜନ ପ୍ରସ୍ତୁତ କରିଥିଲେ।
ଶୋଭାଯାତ୍ରା ପରେ ମନ୍ଦିରକୁ ଫେରି ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ବରିଷ୍ଠ ଉପାଧ୍ୟାୟ ଗଜେନ୍ଦ୍ର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଧ୍ୟାତ୍ମିକ ସଭା ଆୟୋଜନ ହୋଇଥିଲା। ଏହି କାର୍ୟକ୍ରମରେ ସମାଜସେବୀ ଜନାର୍ଦନ ପାଣ୍ଡା, ଶୋଧକର୍ତ୍ତା ଓ ବରିଷ୍ଠ ପତ୍ରକାର ଉମାଶଙ୍କର କର ଆଦି ଉପସ୍ଥିତ ଥିଲେ।
ଏହା ସହିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରଶୁରାମ ବେଶ ପ୍ରତିଯୋଗିତା ଓ ଅନ୍ୟାନ୍ୟ କାର୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ୟକ୍ରମରେ ରାଜନ ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରସାଦ ନେଗୀ ସ୍ୱାଗତ ଭାଷଣ ଦେଇଥିଲେ ଓ ପରଶୁରାମ ସେନାର ସଂଯୋଜକ ପ୍ରଶାନ୍ତ କୁମାର ଠାକୁର ଧନ୍ୟବାଦ ଜଣାଇଥିଲେ। ପ୍ରଭାତ ବ୍ରହ୍ମା, ସନ୍ତୋଷ ଦାସ, ଶିବାନନ୍ଦ ପାଢ଼ୀ, ଦୀପ ଜ୍ୟୋତି ମୁଣ୍ଡ, ନିହାର ମିଶ୍ର, କୁନାଲ ବେହେରା, ଆଦିତ୍ୟ ମିଶ୍ର, ପ୍ରମୋଦ ଖମାରୀ, ବିକାଶ ମୁଣ୍ଡ, କୃଷ୍ଣ ମୋହନ ଜୋଶୀ, ଜନ୍ମଜୟ ମହାପାତ୍ର ଆଦି ଏହାର ସଫଳ ସଂଚାଳନରେ ସହଯୋଗ କରିଥିଲେ।
ପରଶୁରାମ ଜୟନ୍ତୀ ଅବସରରେ ସକାଳରୁ ରାତି ପର୍ଯ୍ୟନ୍ତ ଯେତେ କାର୍ୟକ୍ରମ ଆୟୋଜିତ ହୋଇଥିଲା, ସେସବୁକୁ ସଫଳ କରିବାରେ କଳାହାଣ୍ଡି ବ୍ରାହ୍ମଣ ସମାଜର ମହାସଚିବ ସତ୍ୟନାରାୟଣ ମହାପାତ୍ରଙ୍କ ବଡ଼ ଭୂମିକା ରହିଥିଲା।
