
ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ବିଷୁବ ପଣା ବଣ୍ଟନ।
ବ୍ରହ୍ମପୁର -ସ୍ଥାନୀୟ ବ୍ରଜନଗର ଠାରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ବିଷୁବ ପଣା ବଣ୍ଟନ ହୋଇଯାଇଛି। ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ପଣା ବଣ୍ଟନ ହୋଇଯାଇଛି। ଓଡ଼ିଆ ନବବର୍ଷ ର ଆରମ୍ଭ ହୋଇଥିବାରୁ ଲୋକମାନଙ୍କର ମଙ୍ଗଳ କାମନା କରାଯାଇ ପଣା ବଣ୍ଟନ କରାଯାଇଥାଏ। ଏହି କାର୍ଯ୍ୟକ୍ରମ ରେ ଜୟ ଶ୍ରୀରାମ ସେବା ସଂସ୍ଥା ର ସଭାପତି ତଥା ସମାଜସେବୀ ଗଗନ ପାତ୍ର, ରାଘବ ନାୟକ, ଲାବନ୍ୟ ପାତ୍ର, ଦେବୀପ୍ରସାଦ ଦାସ, ଦିଗାମ୍ବର ସାମନ୍ତରାୟ, ସଂଜୀବ ପଟ୍ଟନାୟକ, ସୁଜ୍ଞାନୀ ମହାନ୍ତି, ଅଜିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପଣା ବଣ୍ଟନ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ।