କୋରାପୁଟ, ୩।୩
କୋରାପୁଟ ଯୁବକକୁ ନିର୍ମମ ହତ୍ୟା
କୋରାପୁଟ ସଦର ସ୍ଥିତ ସୁନାବେଡା ୨୬ ନଂ ଜାତୀୟ ରାଜପଥର ଦୁରୁଗୁଡାଗ୍ରାମ ନିକଟରେ ଥିବା ମା’ ଭୈରବୀ ଠାକୁରାଣୀ ଯାତ୍ରାରେ ଏକ ହତ୍ୟାକାଣ୍ଡ ଘଟିଯାଇଛି। ଦୁରୁଗୁଡା ଗ୍ରାମର ରାଜୁ ମୁଦୁଲି (୩୫) ନାମକ ଯୁବକକୁ ହତ୍ୟା କରାଯାଉ ନିକଟସ୍ଥ ରେଳ ଧାରଣା ପକାଯାଇଥିବା ଜଣାଯାଇଛି। ଏହି ଖବର ପାଇ ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ମୃତ ଯୁବକ ଜଣେ ଟିପର ଡ୍ରାଇଭର ଥିବାବେଳେ ତାର ବର୍ତ୍ତମାନ ସ୍ତ୍ରୀ ଓ ୫ବର୍ଷର ଝିଅ ରହିଛନ୍ତି। କୋରାପୁଟ ଜିଆର ପି ପୋଲିସ ଶବ ଜବତ କରି 01/ 2026 କେସନମ୍ବର ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଛି l
ସୂଚନା ଥାଉକି ଯେ, ସୋମବାର ରାତ୍ରରେ ଦୁରୁଗୁଡା ଗ୍ରାମର ରାଜୁ ମା’ ଭୈରବୀ ଯାତ୍ରା ଦେଖିବାକୁ ଆସିଥିବାବେଳେ କିଛି ଯୁବକମାନଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏହି ଘଟଣାକୁ ନେଇ ଏପରି ହତ୍ୟାକାଣ୍ଡ ଘଟିଥିବା ପାରମ୍ଭିକ ସୂଚନାରୁ ଜଣାପଡ, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
