*ନୂଆପଡା ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆ ଆଜି ବିଧାନସଭା ରେ ନେଲେ ପଦମର୍ଯ୍ୟାଦା ର ଶପଥ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆ ଆଜି ବିଧାନସଭା ରେ ନେଲେ ପଦମର୍ଯ୍ୟାଦା ର ଶପଥ। ବାଚସ୍ପତି ସୁରମା ପାଢୀ ଉପ ନିର୍ବାଚନ ରେ ବିଜୟୀ ବିଧାୟକ ଜୟ ଢୋଲକିଆ ଙ୍କୁ ଶପଥ ପାଠ କରାଇଥିବା ବେଳେ ଏହି ଶପଥ ଗ୍ରହଣ ଉତ୍ସବ ରେ ତାଙ୍କ ପରିବାର ଉପସ୍ଥିତ ଥିଲେ। ବିପୁଳ ଜନ ସମର୍ଥନ ପରେ ନୂଆପଡ଼ାର ବିକାଶ ଏବଂ ବିକଶିତ ନୂଆପଡ଼ା ଗଠନ ର ସଂକଳ୍ପ ନେଇଥିବା ଜୟ ଢୋଲକିଆ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଟ୍ରିପଲ୍ ଇଞ୍ଜିନ କାର୍ଯ୍ୟ କରି ନୂଆପଡ଼ା ବିକାଶ ଏକମାତ୍ର ଲକ୍ଷ ବୋଲି କହିଥିଲେ। ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଛନ୍ତି।
