ଯାଜପୁରରେ ଲିକୁ ! ଭଦ୍ରକରେ ଲୁଲୁ ! ବିଜେଡ଼ି ଗଡ଼ କୁ ଭାଙ୍ଗି ଚୁରମାର କରୁଥିବା ବେଳେ, ବାଲେଶ୍ବରରେ କିଏ !
ରାଜନୈତିକ ମହଲରେ ହାଲୁକା ଚର୍ଚ୍ଚା ଶୁଣିବାକୁ ମିଳୁଥିବା ବେଳେ, ନୂଆବର୍ଷ ଆରମ୍ଭରେ ବାଲେଶ୍ବର ରାଜନୀତି ନେଇପାରେ ନୂଆ ମୋଡ଼ ! ଅଠେଇଶ ବର୍ଷର ଦଳ ବିଜେଡ଼ି ଚବିଶ ବର୍ଷ ଲଗାତାର ସରକାରରେ ରହି ଅଚାନକ ଗତ ସାଧାରଣ ନିର୍ବାଚନରେ ଭୁଷୁଡି ପଡିବା ବିଜେଡ଼ି କର୍ମୀଙ୍କ ଠାରୁ ନେତାଙ୍କ ପର୍ଯ୍ୟନ୍ତ ଏକ ଶକ୍ତ ଧକ୍କା କହିଲେ ଅତ୍ୟୁକ୍ତି ହେବନାହିଁ। ବିଜେଡ଼ିର ଏହି ପରାଜୟକୁ ଦଳୀୟ କର୍ମୀଙ୍କ ଠାରୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ କେହି ସତେ ଯେମିତି ଏକଥାକୁ ଆଜି ପର୍ଯ୍ୟନ୍ତ ହଜମ କରି ପାରୁନଥିବା ଭଳି ପ୍ରତିକ୍ରିୟା ଲକ୍ଷ୍ୟ କରାଯାଉଛି। ତେବେ ସରକାର ଗଢ଼ିଥିବା ବିଜେପି ଏବେ ନିଜ ସଂଗଠନକୁ ମଜବୁତ କରିବା ସକାଶେ ବିଭିନ୍ନ ରଣନୀତି ଆରମ୍ଭ କରି ଦେଇଥିବା ଲକ୍ଷ୍ୟ କରାଯାଉଥିବା ବେଳେ, ଯାଜପୁର ଜିଲ୍ଲାରେ ଧର୍ମଶାଳା ବିଧାୟକ ଲିକୁ ସାହୁ ଆଉ ଭଦ୍ରକ ଜିଲ୍ଲାରେ ଲୁଲୁ ସାମଲ ବେଶ ଭୂମିକା ଗ୍ରହଣ କରିଥିବା ସହ ଖୁବ ସକ୍ରିୟ ହୋଇ ଉଠିଥିବା ଲକ୍ଷ୍ୟ କରାଯାଉଛି। ତେବେ ଯାହା ଚର୍ଚ୍ଚା ଶୁଣିବାକୁ ମିଳୁଛି, ଯାଜପୁର, ଭଦ୍ରକ ପରେ ବାଲେଶ୍ବର ଜିଲ୍ଲା ରାଜନୀତି ହଟଚମଟ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ତେବେ ବିଜେପି ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ଅଧିକ ରୁ ଅଧିକ ମଜବୁତ କରିବା ପ୍ରୟାସ ଆରମ୍ଭ କରି ଦେଇଥିବା ବେଳେ, ବାଲେଶ୍ବରରେ ବି ବିଜେଡ଼ି ଗଡ଼ ଭୁଷୁଡିବା କଥାକୁ ଏଡ଼ାଇ ଦିଆଯାଇନପାରେ।।।
।।।ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
