*ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ତାଳଚେର ଗସ୍ତ*
(ଲୋକଙ୍କ ଅଭିଯୋଗ ଶୁଣି ସମାଧାନ ପାଇଁ ଅଧିକାରୀ ଙ୍କୁ ନିର୍ଦ୍ଦେଶ)
ସ୍ୱାଧୀନତା ସଂଗ୍ରାମୀ ପବିତ୍ର ପ୍ରଧାନ ଙ୍କ ନାତି ଭୁବନାନନ୍ଦ ପ୍ରଧାନ ଙ୍କ ବିୟୋଗରେ, ପରିବାର କୁ ଭେଟି ସମବେଦନା ଜଣାଇଲେ ସାଂସଦ ରୁଦ୍ର ପାଣି )
ତାଳଚେର :ତା 27/04/2026: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସୋମବାର ଦିନ ତାଳଚେର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି |ଦୁଇଦିନ ପୂର୍ବରୁ ତାଳଚେର ର ଜଣେ ବିଶିଷ୍ଟ ଧର୍ମପରାୟଣା ବ୍ୟକ୍ତି ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ଙ୍କ ନାତି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଭେଣେଇ (ଅପା ଝିଅ. ଅନିମା ରାଣୀ ପ୍ରଧାନ ଙ୍କ ସ୍ୱାମୀ ) ଭୁବନାନନ୍ଦ ପ୍ରଧାନ ଙ୍କ ଦେହାନ୍ତ ହୋଇଯାଇଥିଲା |ଆଜି ସାଂସଦ ଶ୍ରୀ ପାଣି ତାଙ୍କ ଶର୍ମାଛକ ସ୍ଥିତ ବାସଭବନ ରେ ପହଂଚି ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ଙ୍କୁ ଭେଟି ସମବେଦନା ଜଣାଇଥିଲେ |ତାଳଚେର ଦେଉଳବେଡା ସ୍ଥିତ ଶ୍ରୀ ଗୁରୁଜୀ ଆଶ୍ରମରେ ପହଂଚି ଜନସାଧାରଣ ଓ କାର୍ଯ୍ୟକର୍ତା ଙ୍କର ଆପତ୍ତି ଅଭିଯୋଗ ଶୁଣି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ |ପାଞ୍ଚ କୋଟି ବ୍ୟୟରେ କଂକିଳି ଗ୍ରାମରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ପାଇ ସାଂସଦ ଶ୍ରୀ ପାଣି ଏ ଦିଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଅନୁଗୁଳ ମହମଦ ଅବଦଲ ଅଖତାର ଙ୍କୁ ଫୋନ କରି କହିଥିଲେ |ଡେରା ଗ୍ରାମ ପଂଚାୟତ ର ବିଭିନ୍ନ ଅଭିଯୋଗ ସରପଞ୍ଚ ଗୀତିଶ ପ୍ରଧାନ ଜଣାଇବା ପରେ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଥିଲେ |କୋଇଲା ଖଣି କ୍ଷତିଗ୍ରସ୍ତ ଙ୍କ ସମସ୍ୟା, ଏନଟିପିସି କ୍ଷତିଗ୍ରସ୍ତ ଙ୍କ ସମସ୍ୟା, ଏଫସିଆଇ କ୍ଷତିଗ୍ରସ୍ତ ଙ୍କ ସମସ୍ୟା ଉପରେ ଅବଗତ ହୋଇ ଅଧିକାରୀ ଙ୍କୁ ଫୋନ କରି ସମାଧାନ ପାଇଁ ପରାମର୍ଶ ଦେଇଥିଲେ |ତାଳଚେର ର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଉପରେ ସାଂସଦ ଙ୍କ ସହ ବ୍ୟାପକ ଭାବେ ଆଲୋଚନା ହୋଇଥିଲା |ଢେଙ୍କାନାଳ ସାଂସଦ ଙ୍କ ସହ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଉପସ୍ଥିତ ଥିଲେ |ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ବରୁଣ ସାହୁ, ମଣ୍ଡକ ସଭାପତି ରାଜେଶ ଦଳେଇ, ଓ ଅଜୟ ସାହୁ, ଜଗଦୀଶ ପ୍ରସାଦ ସିଂହ, ସୁନୀଲ ପଟ୍ଟନାୟକ, ଖଇରା ପ୍ରଧାନ, ଗୋପାଳ ଚନ୍ଦ୍ର ସାହୁ, ସୁକାନ୍ତ ରାୟ, ହେମନ୍ତ ଘଡେଇ, ବିକ୍ରମ ପ୍ରଧାନ, ବସନ୍ତ ନାୟକ, ,ଜିତେନ୍ଦ୍ର ଦାସ, ଶିବରାମ ନାଏକ, ଅଶୋକ ସାମନ୍ତ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
