*ସ୍ୱାଧୀନତା ସଂଗ୍ରାମୀ ପବିତ୍ର ପ୍ରଧାନ ଙ୍କ ନାତି ବିଶିଷ୍ଟ ବ୍ୟକ୍ତି ଭୁବନାନନ୍ଦ ପ୍ରଧାନ ଙ୍କ ବିୟୋଗ*
(*କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ଓ ବିଶିଷ୍ଟ ବ୍ୟକ୍ତି ପରିବାରଙ୍କୁ ଭେଟି ଶୋକ ପ୍ରକାଶ କଲେ*)
ତାଳଚେର :ତା 27/04/26: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ଙ୍କ ନାତି ତାଳଚେର ର ଜଣେ ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ଭୁବନାନନ୍ଦ ପ୍ରଧାନ ଙ୍କର ଏପ୍ରିଲ 25 ତାରିଖ ଶନିବାର ଦିନ ଦେହାନ୍ତ ହୋଇଯାଇଛି |ସେ ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ତଥା ଅରିକେମ ର ବରିଷ୍ଠ ଅଧିକାରୀ ରୁ ଅବସର ନେଇଥିଲେ |ସେ ଜଣେ ଧର୍ମପରାୟଣା, ବୁଦ୍ଧିଜୀବୀ ତଥା ବିଭିନ୍ନ ସଂସ୍ଥା ସହ ଜଡିତ ଥିଲେ |ତାଙ୍କର ଧର୍ମପତ୍ନୀ ଅନିମାରାଣୀ ପ୍ରଧାନ ବିଜେପି ର ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ତଥା ଜିଲ୍ଲା ମହିଳା ମୋର୍ଚ୍ଚା ର ସଭାନେତ୍ରୀ ଥିଲେ | ସ୍ବର୍ଗତ ଭୁବନାନନ୍ଦ ପ୍ରଧାନ ଙ୍କ ଦେହାନ୍ତ ରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି |କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ତାଳଚେର ଗସ୍ତ ସମୟରେ ତାଙ୍କ ଶର୍ମାଛକ ସ୍ଥିତ ବାସଭବନ ରେ ପହଂଚି ଶୋକ ସନ୍ତପ୍ତ ପରିବାର ଙ୍କୁ ଭେଟି ସମବେଦନା ଜଣାଇଥିଲେ |ସେହିପରି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସୋମବାର ତାଙ୍କ ବାସଭବନ ରେ ପହଂଚି ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇଛନ୍ତି |ପାଳଲହଡା ବିଧାୟକ ଅଶୋକ ମହାନ୍ତି, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦି ସାମଲ, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଙ୍କ ସମେତ ବହୁ ବିଜେପି ନେତୃବର୍ଗ ତାଙ୍କ ବାସଭବନ ରେ ପହଂଚି ସମବେଦନା ଜଣାଇଛନ୍ତି |
