*ନୂଆପଡ଼ା ଉପ ନିର୍ବାଚନ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ଉଭୟ ଜିଲ୍ଲାପାଳ ଓ ଏସ ପି ଙ୍କ ଦୃଢୋକ୍ତି, ଆସନ୍ତା ସକାଳ ୮ଟା ରୁ ହେବ ଗଣତି*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଉପ ନିର୍ବାଚନ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ଉଭୟ ଜିଲ୍ଲାପାଳ ଓ ଏସ ପି ଙ୍କ ଦୃଢୋକ୍ତି, ଆସନ୍ତା ସକାଳ ୮ଟା ରୁ ହେବ ଗଣତି ବୋଲି ପ୍ରକାଶ କରିଛନ୍ତି। ନେସନାଲ କଲେଜ୍ ପରିସର ମଧ୍ୟରେ ହେବ ଭୋଟ ଗଣତି । ଗଣତି କେନ୍ଦ୍ର ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଥିବା ବେଳେ ବାହାରେ ୧୪୪ ଧାରା ଗଣତି ପର୍ଯ୍ୟନ୍ତ ବଳବତ୍ତର ଥିବା। ତେଣୁ ଗଣତି କେନ୍ଦ୍ର ବାହାରେ ୫ ରୁ ଅଧିକ ବ୍ୟକ୍ତି ରୁଣ୍ଡ ନ ହେବା ପାଇଁ ଜିଲ୍ଲାପାଳ ସମସ୍ତ ଙ୍କୁ ନିବେଦନ କରିଛନ୍ତି। ଭୋଟ ଗଣତି ପରେ ପରିସ୍ଥିତି ସ୍ଵାଭାବିକ ହେବ ବୋଲି ପ୍ରକାଶ କରିଛନ୍ତି। ଭୋଟ ଗଣତି କେନ୍ଦ୍ର ରେ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ଥିବା ପ୍ରକାଶ କରିଛନ୍ତି।
