*ତାଳଚେର ମେଡିକାଲ କଲେଜ ରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ପ୍ରତିନିଧି ଭାବେ ସୁନୀଲ ପଟ୍ଟନାୟକ ଙ୍କୁ ଦାୟିତ୍ୱ*
ତାଳଚେର :ତା 28/04/2026: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ପାଇଁ ପ୍ରତିନିଧି ନିଯୁକ୍ତି କରିଛନ୍ତି |ବିଜେପି ଯୁବ ନେତା ସୁନୀଲ ପଟ୍ଟନାୟକ ଙ୍କୁ ତାଳଚେର ମେଡିକାଲ କଲେଜ ର ସାଂସଦ ଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ଦେଇଛନ୍ତି ସାଂସଦ ଶ୍ରୀ ପାଣି |ବିଗତ 25 ବର୍ଷ ହେବ ଶ୍ରୀ ପଟ୍ଟନାୟକ ନିରବଛିନ୍ନ ଭାବେ ତାଳଚେର ସେଣ୍ଟ୍ରାଲ ହସ୍ପିଟାଲ ତଥା ବର୍ତମାନ ର ତାଳଚେର ମେଡିକାଲ କଲେଜ ରେ ସଦାସର୍ବଦା ଉପସ୍ଥିତ ରହି ରୋଗୀ ମାନଙ୍କର ସେବା କରିବା ସହ ଭଲମନ୍ଦ ବୁଝି ଆସୁଛନ୍ତି |ସାଂସଦ ଙ୍କ ତାଳଚେର ଗସ୍ତ ବେଳେ ତାଳଚେର ମେଡିକାଲ କଲେଜ ପ୍ରିନସିପାଲ ଡ଼ଃ କୀର୍ତ୍ତିରେଖା ମହାପାତ୍ର କୁ ଫୋନ କରି ସାଂସଦ କହିବା ସହ ଲିଖିତ ଭାବେ ଜଣାଇଛନ୍ତି |ସାଂସଦ ଙ୍କ ସହ ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଉପସ୍ଥିତ ରହି ଶ୍ରୀ ପଟ୍ଟନାୟକ ଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି |ସଠିକ ଲୋକଙ୍କୁ ସଠିକ ଦାୟିତ୍ୱ ଦିଆ ଯାଇଥିବାରୁ ସମଗ୍ର ଅଂଚଳରେ ସାଂସଦ ଶ୍ରୀ ପାଣି ପ୍ରଶଂସା ର ପାତ୍ର ହୋଇଛନ୍ତି |
