ତୁମୁସିଂହାରେ ସାଇବର୍ ସୁରକ୍ଷା ଅଭିଯାନ ।
ସ୍ଥାନ ଢେଙ୍କାନାଳ
ଢେ଼ଙ୍କାନାଳ ଜିଲ୍ଲା : ତୁମୁସିଂହା ଥାନା, ପଞ୍ଚସଖା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ସ୍ଥାନୀୟ ଥାନା ପକ୍ଷରୁ ସାଇବର୍ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ଏସଡିପିଓ ରାଜନୀକାନ୍ତ ସାମଲ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ପ୍ରମୋଦ ପ୍ରସାଦ ନନ୍ଦ,ପର୍ଜଙ୍ଗ ବିଧାୟକଙ୍କ ପ୍ରତିନିଧି ମୀନକେତନ ନାୟକ,ସ୍କୁଲ୍ ପରିଚାଳନା କମିଟି ସଭାପତି ଅକ୍ଷୟ କୁମାର ସାହୁ,ତୁମୁସିଂହା ଗ୍ରାମ କମିଟି ସଭାପତି ସଲିଳ କୁମାର ନାୟକ,ପଞ୍ଚସଖା ସରକାରୀ ଉଚ୍ଚବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସଲମି ମୁର୍ମୁ, କୋଟଗରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଅଶ୍ବିନୀ କୁମାର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ସାଇବର୍ ଲୁଟ୍ର ଶିକାର ନହୋଇ ଧନଜୀବନ ସୁରକ୍ଷିତ ରଖିବାକୁ ସଚେତନ ହେବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହି ଅବସରରେ ସାଇବର୍ ଠକେଇର ଶିକାର ହୋଇ ଅନ୍ଲାଇନ ଗେମ୍ ମାଧ୍ୟମରେ ୨ଲକ୍ଷ ୩୦ ହଜାର ଟଙ୍କା ହରାଇଥିବା ଛୋଟ ଝିଆରୀ ସଂପର୍କରେ ଶିକ୍ଷୟିତ୍ରୀ ଶ୍ରୀମତୀ ମୁର୍ମୁ ଅବଗତ କରାଇଥିଲେ। ସେହିଭଳି ତୁମୁସିଂହା ବିଜେପି ମଣ୍ଡଳ ସଭାପତି ପ୍ରାଣବନ୍ଧୁ ଦାସ ସାଇବର ଠକେଇର ଶିକାର ହୋଇ ୧ଲକ୍ଷ ୭୬ ହଜାର ଟଙ୍କା ହରାଇଥିବା ପ୍ରକାଶ କରିଥିଲେ। ବିଦ୍ୟାଳୟ ପରିସରରେ ଭିଡିଓ ମାଧ୍ୟମରେ ସାଇବର୍ ସୁରକ୍ଷା ରଥ ଆରଙ୍କର ସୁରକ୍ଷା ଅଭିଯାନ
ଦ୍ବାରା ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଥାନା ଅଧିକାରୀ ମନମ୍ବିନୀ ମହାନ୍ତିଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଥାନା ଏବଂ ପଣ୍ଡୁଆ ଫାଣ୍ଡିର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
