ବାଲେଶ୍ୱରରେ ଉଦଘାଟିତ ହେଲା ଅମୃତକାଳ ସାଂସ୍କୃତିକ ସମାରୋହ:
ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଅନୁକୂଲ୍ୟରେ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କଲିକତା ପକ୍ଷରୁ ଏଵଂ ଜିଲ୍ଲା ପ୍ରଶାସନ ସହଯୋଗରେ ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନଠାରେ ଦୁଇଦିନବ୍ୟାପୀ ସାଂସ୍କୃତିକ ସମାରୋହ ଉଦଘାଟିତ ହୋଇଯାଇଛି।
କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ କଲିକତାସ୍ଥିତ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭହୋଇଥିବା ଅମୃତକାଳ ସାଂସ୍କୃତିକ ସମାରୋହ ମାଧ୍ୟମରେ ଏକ ବିକଶିତ ଭାରତର ଯେଉଁ ପରିକଳ୍ପନା କରାଯାଇଛି ତାହା ଭାରତ ତଥା ଓଡ଼ିଶାର ସଂସ୍କୃତି ସମ୍ପନ୍ନ ନୃତ୍ୟ, ସଂଗୀତକୁ ଗରିମାମୟ କରିପାରିଛି । ଏହି ଉତ୍ସବ ମାଧ୍ୟମରେ ବାଲେଶ୍ୱର ଜିଲା ସ୍ଥାନୀୟ କଳାକାର ଗୋଷ୍ଠୀ ନିଜର ନୃତ୍ୟ କଳା ପ୍ରଦର୍ଶନ କରିଥିଲେ.
ଉଦଘାଟନୀ ସନ୍ଧ୍ୟାର ସମ୍ମାନସ୍ପଦ ଅତିଥି ମାନ୍ୟବର ପୌରପାଳିକା ଚେୟାରମ୍ୟାନ ଶ୍ରୀମତୀ ସବିତା ସାହୁ, ମାନ୍ୟବର ଜ଼ିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ଏଵଂ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ବିନୀ ରାଉତ ଯୋଗ ଦେଇ ସଂସ୍କୃତି ମନ୍ତ୍ରଣାଳୟ ଏଵଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ର କଳାକାର ମାନଙ୍କ ପାଇଁ ଉନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପକୁ ଭୁୟସୀ ପ୍ରଶଂସା କରିଥିଲେ!
ଏହି ଅବସରରେ କଳାକାର ଗୋଷ୍ଠୀ ମୁଖ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା!
ଉଦଘାଟନୀ ସନ୍ଧ୍ୟାରେ ଗୁରୁ ସୁଇଟି ଜେନା ଏବଂ ଟ୍ରୁପ ପକ୍ଷରୁ ମାହାରୀ ନୃତ୍ୟ ,ବନଧୂଳିର ଫୁଲ ଗ୍ରୁପ ପକ୍ଷରୁ ଆଦିବାସୀ ଭୁମିଜା ନୃତ୍ୟ ,ମା ସର୍ବ ମଙ୍ଗଳା ଘୋଡା ନାଚ ପରିଷଦ ପକ୍ଷରୁ ଘୋଡା ନାଚ ,ନୃତ୍ୟଶ୍ରୀ କଳା ନିକେତନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ଏଵଂ ମାଆ ଭଗବତୀ କଳା ନିକେତନ ପକ୍ଷରୁ ଚଢ଼େଇଆ ନାଚ ଅନୁଷ୍ଠିତ ହୋଇଥିଲା!କେନ୍ଦ୍ର ସରକାର ଙ୍କ ସଂସ୍କୃତି ବିଭାଗ ଏଵଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କଲିକତା ପକ୍ଷରୁ କଳାକାର ଗୋଷ୍ଠୀ ମାନଙ୍କୁ ପ୍ରୋତ୍ସାହିତ ରାଶି ମଧ୍ୟ ପ୍ରଦାନ କରାଯାଉଛି!ନଭେମ୍ବର ଏଗାର ଏବଂ ବାର ତାରିଖ ଦୁଇଦିନ ସନ୍ଧ୍ୟାରେ ଏହି ସମାରୋହ ଅନୁଷ୍ଠିତ ହେବ ।
ବହୁ ସଂଖ୍ୟାରେ ସଂସ୍କୃତି ପ୍ରେମୀ ଜନସାଧାରଣ ଏଵଂ ବୁଦ୍ଧିଜୀବୀ ମାନେ ଉଦଘାଟନୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ!
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
