*ଅତି ସମ୍ବେଦଶୀଳ ଆଠ ଗୋଟି ବୁଥ ରେ ଉପ ନିର୍ବାଚନ, ସର୍ବାଧିକ ୯୨.୬୩% ମତଦାନ*
ନୂଆପଡା (ମିଖାଏଲ ନନ୍ଦ)
ସୁନାବେଡ଼ା ୩୨୪ ବୁଥ ରେ ମୋଟ ଭୋଟ ସଂଖ୍ୟା ୮୮୭ ଭୋଟ ଥିବା ବେଳେ ୭୫୧ ମତଦାନ ଭୋଟ ଦେଇ ୮୪.୬୭% ହୋଇଅଛି। ସୁନାବେଡ଼ା ବୁଥ ନମ୍ୱର୍ ୩୨୫ ରେ ଭୋଟ ୫୫୭ ସଂଖ୍ୟା ରହିଥିବା ବେଳେ ୪୬୦ ଭୋଟ ଦେଇଥିବା ବେଳେ ୮୨.୪୯% ପ୍ରତିଶତ ହୋଇଅଛି।ଖଡାଙ୍ଗ ଦାଥୁନାମରେ ୧୦୦ ଭୋଟର ୧୨/ ୧୩ କିଲୋମିଟର ଦୂର୍ରତା ଅତିକ୍ରମ କରି ଭୋଟ ଦେଇଛନ୍ତି।
ଗତିବେଦା ୧ ବୁଥ ନମ୍ୱର୍ ୩୨୭, ମୋଟ ଭୋଟ ସଂଖ୍ୟା ୬୨୪ ଭୋଟର ମଧ୍ୟ ରୁ ୫୫୯ ଜଣ ମତଦାନ କରି ଥିବା ବେଳେ ୯୦.୨୨% ପ୍ରତିଶତ ହୋଇଅଛି।
ଗତିବେଡା ୨ ବୁଥ ନମ୍ୱର୍ ୩୨୮ ରେ ମୋଟ ଭୋଟ ସଂଖ୍ୟା ୫୭୦ ରୁ ୪୨୧ ଜଣ ମତଦାନ କରିଛନ୍ତି। ଜିଲ୍ଲା ସର୍ବାଧିକ ମତଦାନ ବୁଥ ଭାବରେ ୯୨.୬୩% ପ୍ରତିଶତ ମତଦାନ ହୋଇଅଛି।
ଜାମଗାଁ ବୁଥ ନମ୍ୱର୍ ୩୨୬ ଭୋଟର ହେଲେ ୪୫୮ ଥିବା ବେଳେ ୩୯୭ ଭୋଟ ଦେଇ ୮୬.୬୮% ପ୍ରତିଶତ ମତଦାନ ହୋଇଅଛି। ଶୋଷେଙ୍ଗ ୩୨୦ ବୁଥ ରେ ୫୩୭ ଭୋଟର ଥିବା ବେଳେ ୪୦୧ ଭୋଟ ଦେଇ ୭୪.୬୭% ପ୍ରତିଶତ। ଶୋଷେଙ୍ଗ ୨ ରେ ବୁଥ ନମ୍ୱର୍ ୩୨୧ ରେ ୬୯୦ ଭୋଟର ମଧ୍ୟରୁ ୪୫୪ ଭୋଟ ଦେଇ ୬୫.୮୦% ପ୍ରତିଶତ। ୩୨୨ ନମ୍ୱର୍ ବୁଥ ଦେଓଷୀଲ ରେ ୫୫୩ ଭୋଟର ଥିବା ବେଳେ ୪୬୦ ଜଣ ଭୋଟ ଦେଇ ୮୩.୧୮% ମତଦାନ ହୋଇଅଛି। ଆଠ ଗୋଟି ବୁଥ ରେ ୪୮୭୬ ଭୋଟର ମଧ୍ୟ ରୁ ୪୦୧୪ ଜଣ ଭୋଟ ଦେଇ ୮୩.୩୨% ପ୍ରତିଶତ ମତଦାନ ହୋଇଅଛି।
