ବଚସା କୁ ନେଇ ସାନ ଭାଇ ବଡ଼ ଭାଇଙ୍କୁ ଛୁରାଭୂଷି ହତ୍ୟା ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ରେବିଡି ଗାଁ ରେ ବଡ଼ ଭାଇକୁ ସାନ ଭାଇ ଛୁରା ମାଡ଼ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଅଜ୍ୟମ ଦଳ ବେହେରା ବୋଲି ସୂଚନା ରହିଛି। ବଡ ଭାଇ ଅଜ୍ୟମ ଓ ସାନ ଭାଇ ସୁଦିପ ଦଳ ବେହେରା ଙ୍କ ମଧ୍ୟରେ କୌଣସି କରଣରୁ ବଚସା ହୋଇଥିଲା। ପରେ ଏକେଲା ଥିବାର ସୁଯୋଗ ନେଇ ବାତରୁମ ରେ ସାନ ଭାଇ ଏକ ଛୁରା ମାଧ୍ୟମରେ ବଡ଼ ଭାଇ ଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ସୂଚନା ପାଇବା ପରେ ଘଟଣା ସ୍ଥଳରେ ଆର ଉଦୟଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ କୁ ଜବତ କରି ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ପଠାଇ ଦେଇଛନ୍ତି। ଅନ୍ୟପଟେ ସାନ ଭାଇ ଫେରାର ହୋଈ ଯାଇଥିବା ବେଳେ କେଉଁ କାରଣ ରୁ ହତ୍ୟା କରିଛି ତାହା କାରଣ ସ୍ପଷ୍ଟ ହୋଈ ପାରିନଥିବା ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି।
