ବିଦ୍ୟାଳୟସ୍ତରୀୟ ଚକ୍ଷୁ ସ୍ଵାସ୍ଥ୍ୟ କାର୍ଯକ୍ରମ ୨୦୨୫-୨୬ ଉପଲକ୍ଷେ ଆଜି ମଧ୍ୟାହ୍ନ ୧୨:୦୦ ଘଣ୍ଟା ସମୟରେ ଜିଲ୍ଲପାଳ ଶ୍ରୀ – ବିଭୂତି ଭୂଷଣ ନାୟକ ଙ୍କ ଅଧ୍ୟକ୍ଷତା ରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ଚିକତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର ଚନ୍ଦ୍ର ପଟ୍ଟନାୟକ , ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ତ୍ରିପାଠୀ , ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ବଲ୍ଲଭ ଚନ୍ଦ୍ର ପଧାନ ,ଡି.ପି.ଏମ ଗିରିଜା ପ୍ରସାଦ ମିଶ୍ର ସମେତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଶିକ୍ଷା ବିଭାଗର ପ୍ରମୁଖ କର୍ମଚାରୀ ଯୋଗଦେଇ କାର୍ଯକ୍ରମ କୁ କିପରି ସଫଳ କରାଯିବ ସେ ନେଇ ନିଷ୍ପତ୍ତି ଗ୍ରହଣ କରିଥିଲେ ।
