*ନୂଆପଡା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ କୁ ସ୍ଵାଧୀନତା ପରେ ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ, ଆଦିବାସୀଙ୍କ ଗହଣ ରେ ନିର୍ବାଚନ ପ୍ରଚାର ଏବଂ ଦଳୀୟ ପ୍ରାର୍ଥୀ ଙ୍କୁ ଯଶସ୍ୱୀ କରିବାକୁ ଆହ୍ବାନ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ କୁ ସ୍ଵାଧୀନତା ପରେ ପ୍ରଥମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗସ୍ତ କରିଛନ୍ତି। ଆଦିବାସୀଙ୍କ ଗହଣ ରେ ଉପ ନିର୍ବାଚନ ପ୍ରଚାର କରିବା ସହ ସମସ୍ୟା ଆଲୋଚନା କରିଛନ୍ତି। ଭୁବନେଶ୍ୱର ରୁ ନୂଆପଡ଼ା ଗୌତମା ଏୟାର ଷ୍ଟ୍ରିପ କୁ ପହଞ୍ଚି ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ରେ ସୁନାବେଡ଼ା ଅସ୍ଥାୟୀ ହେଲି ପେଡ ରେ ଅବତରଣ କରିଛନ୍ତି। ସୁନାବେଡ଼ା ଗ୍ରାମରେ ମାଁ ଶୁନଦେଇ ଙ୍କୁ ଦର୍ଶନ କରିଥିବା ବେଳେ ସୁନାବେଡ଼ା ଠାରେ ଏକ ନିର୍ବାଚନୀ ସଭା ରେ ଯୋଗ ଦେଇଥିଲେ। ଆସିବା ଉଦ୍ଦେଶ୍ୟ ସହ ଅଞ୍ଚଳ ର ବିକାଶ ନେଇ ଆଲୋଚନା କରିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଅଭୟାରଣ୍ୟ କୁ ପ୍ରଥମ ଗସ୍ତ ଥିବାରୁ ଅଭୟାରଣ୍ୟ ବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଅଛି। ଏହି ସଭାରେ ରାଜ୍ୟ ସଭାପତି ମନ ମୋହନ ସାମଲ, ବିଜୟ ସିଂ ପାଲ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ, ଗଣେଶ ରାମ ସିଂ ଖୁଣ୍ଟିଆ, ଯଦୁମଣି ପାଣିଗ୍ରାହୀ,ପ୍ରମୁଖ ଯୋଗ ଦେଇଥିଲେ। ସ୍ୱାଧୀନତା ପରେ ମଧ୍ୟ ଯୁକ୍ତ ଦୁଇଗୋଟି କଲେଜ୍ ନଥିବା ଦୁର୍ଭାଗ୍ୟ ବୋଲି କହିଥିଲେ।
