*ନୂଆପଡା ଉପ ନିର୍ବାଚନ ପ୍ରଚାର ସରଗରମ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ମହିଳା ଙ୍କୁ ନେଇ ପଦଯାତ୍ରା କରି ନିର୍ବାଚନ ପ୍ରଚାର କରିଛନ୍ତି*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ପ୍ରଚାର ସରଗରମ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ମହିଳା ଙ୍କୁ ନେଇ ପଦଯାତ୍ରା କରି ନିର୍ବାଚନ ପ୍ରଚାର କରିଛନ୍ତି। ମାତ୍ର ଏକ ଦିନ ପରେ ନିର୍ବାଚନ ପ୍ରଚାର ବନ୍ଦ ହେବ। ନୂଆପଡ଼ା ଜିଲ୍ଲା କୋମନା ସହରରେ ବିଶାଲ ମହିଳା ପଦଯାତ୍ର କରି ବିଜୁଜନତା ଦଳ କର୍ମୀ ନେତା ଙ୍କ ଗହଣ ରେ ଭୋଟ ଭିକ୍ଷା କରିଛନ୍ତି। କୋମନା କୁ ପ୍ରତ୍ୟେକ ଗଲି କାନ୍ଦି ବୁଲି ମହିଳା ସମର୍ଥକ ମାନେ ଭୋଟ ଭିକ୍ଷା କରିଥିଲେ। ପେଣ୍ଡରାବନ୍ଧ ରେ ମଧ୍ୟ ସ୍ନେହାଙ୍ଗିନୀ ଛୁରିଆ ପ୍ରଚାର କରିଥିବା ବେଳେ ମହିଳା ଏବଂ ପୁରୁଷଙ୍କ ସମର୍ଥନ ଦେଖି ବିଜୟୀ ନେଇ ଦୃଢ଼ ଆଶାବାଦୀ ବୋଲି ପ୍ରକାଶ କରିଥିଲେ।
