*ଜିଲ୍ଲା ବରିଷ୍ଠ ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ*
(ବଲାଙ୍ଗିର ରୁ ପ୍ରଦୀପ କୁମାର ସା ଙ୍କର ରିପୋର୍ଟ)
ବଲାଙ୍ଗିର :12/09/26 ଅଦ୍ୟ ରବିବାର ଦିନ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଚାଲିଥିବା ବରିଷ୍ଠ ନକ ଆଉଟ୍ ଫୁଟବଲ ଖେଳ ପ୍ରତିଯୋଗିତା ଉଦଯାପିତ ହୋଯାଇଛି ll ବଲାଙ୍ଗୀର ସହରର ରାଜେନ୍ଦ୍ର ୟୁନିଭରସିଟିର ସୁପ୍ରସିଦ୍ଧ ଗାନ୍ଧୀ ଷ୍ଟାଡିୟମ୍ ରେ ଫାଇନାଲ ଖେଳ ବିଜେସି ୟୁନାଇଟେଡ ବଲାଙ୍ଗିର ଓ ଜିୱାଇଡିସି ନକଟାସର ମଧ୍ୟରେ ହୋଇଥିଲା ll ନିର୍ଦ୍ଧାରିତ ସମୟ ମଧ୍ୟରେ ୧-୧ ଗୋଲ୍ ରେ ଖେଳର ଫଳାଫଳ ବାହାରି ନ ଥିଲା ll ପରେ ଟ୍ରାଇ ବ୍ରେକର ମାଧ୍ୟମରେ ୩-୨ ରେ ବିଜେସି ୟୁନାଇଟେଡ ବିଜୟୀ ହୋଇଥିଲା ll ଉକ୍ତ କ୍ରୀଡ଼ା ସଂସଦ ସଭାପତି ଡ଼. ଶ୍ରୀକର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଉଦଯାପନୀ ଦିନରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିହଦେଓ, ସମ୍ମାନିତl ଅତିଥି ବଲାଙ୍ଗୀର ପୌରାଞ୍ଚଳ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, କ୍ରୀଡା ସଂସଦ ସାଧାରଣ ସମ୍ପାଦକ ଶ୍ରୀ ହତିନlରlୟନ ପୂଜାରୀ, ଯୋଗ ଦେଇ ଥିଲେ ll ଖେଳ ପରିଚାଳନା କରିଥିଲେ ଜିତେନ୍ଦ୍ର ପାତ୍ର,ସଜ୍ଜନ କୁଦେଇ,ଦୋଳଗୋବିନ୍ଦ ମୁଣ୍ଡ , ସଞ୍ଜୀବ ମହାରଣା ଆଦି ମହାଶୟ ମାନେ ll ଖେଳାଳିଙ୍କୁ ଖେଳ ମନୋଭାବ ନେଇ ଖେଳ ଖେଳି ବାକୁ ସିଂଦେଓ ତାଙ୍କ ବକ୍ତବ୍ୟରେ କହି ଥିଲେ ll
