ବିଭିନ୍ନ ସ୍ଥାନରେ ବାବା ବିଘ୍ନରାଜ ଙ୍କ ପୂଜା
ବନ୍ତ,୧୪/୯: (ନିପ୍ର)ବନ୍ତ ବ୍ଲକର ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନରେ ପବିତ୍ର ଗଣେଶ ପୂଜା ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ସର୍ବତ୍ର ବାବା ବିଘ୍ନରାଜଙ୍କ ପୂଜାର୍ଚ୍ଚନା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆଗରପଡ଼ାସ୍ଥିତ ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ‘କ୍ରାକ୍ କମ୍ପ୍ୟୁଟର’ ପରିସରରେ ପ୍ରଭୁ ଗଜାନନଙ୍କ ପୂଜା ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ନିର୍ଦ୍ଦେଶକ ତପନ କୁମାର ପୃଷ୍ଟି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ମା’ ତାରିଣୀ ୟୁଥ୍ କ୍ଲବ ଆନୁକୂଲ୍ୟରେ ଆୟୋଜିତ ପୂଜୋତ୍ସବରେ କ୍ଲବ ସଭ୍ୟ ନରେନ୍ଦ୍ର ସାହୁ ଓ ସୁଦୀପ୍ତ ସାହୁ ଶୋଭାଯାତ୍ରାରେ କଳସ ସ୍ଥାପନ କରିଥିଲେ। ସଭାପତି ନାରାୟଣ ଚନ୍ଦ୍ର ଗୁଇଁ ଓ ସମ୍ପାଦକ କାହ୍ନୁ ଚରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିଣ୍ଟନ ସିଂହ, ସନ୍ତୋଷ କୁମାର ସାହୁ, ଗଣେଶ ସାହୁ, ସିପୁନୁ ସାହୁ, ପ୍ରଦୀପ ସାହୁ, ତାପସ ପୃଷ୍ଟି, ନିନି ମାହାର, କାର୍ତ୍ତିକ ସାହୁ, ଜଗନ ସାହୁ, ବଳରାମ ସାହୁ, ଚନ୍ଦନ ସିଂହ, ପୁଟୁନୁ ସାହୁ, ଆଦିତ୍ୟ ସାହୁ ଏବଂ ଧନେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦନରେ ସକ୍ରିୟ ସହଯୋଗ କରିଥିଲେ। ଅନ୍ୟପକ୍ଷରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଆଗରପଡ଼ା ମହାବିଦ୍ୟାଳୟ, ଆଗରପଡ଼ା ଡାଏଟ,ସାଇକ୍ରୀଷ୍ଣା କୋଚିଂ ସେଣ୍ଟର, କୃଷ୍ଣଚରଣ ବିଦ୍ୟାମନ୍ଦିର, ପୁରୁଷଣ୍ଢ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୋଫାବିବି ପ୍ରାଥମିକ ବିଦ୍ୟାଳୟ ଏବଂ କଳିଙ୍ଗ କମ୍ପ୍ୟୁଟର ସମେତ ଅଞ୍ଚଳର ବହୁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥିତିରେ ବିଦ୍ୟାର ଦେବତା ଗଣେଶଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଛି।
