
ତାଳଚେର ସଦର ପୋଲିସ କୁ ପୁଣି ମିଳିଛି ଏକ ବଡ଼ ସଫଳତା । ବିଗତ ଦିନରେ ସୁନା ଛିନତାଇ ର ଏକ ଦୃଦାନ୍ତ ଗୋଷ୍ଠୀ କୁ ଗିରଫ କରି ତାଳଚେର ବାସୀଙ୍କର ବିଶ୍ୱାସ ଭାଜନ ପାଲଟି ଥିବା ତାଳଚେର ସଦର ପୋଲିସ କୁ ମିଳିଛି ଆଉ ଗୋଟିଏ ବଡ଼ ସଫଳତା । ଗତ ଫେବୃଆରୀ ୨୪ ଓ ୨୫ ତାରିଖ ରାତିରେ ସନ୍ଥପଡା ସ୍ଥିତ ତାଳଚେର ଥର୍ମାଲ ଆସପଣ୍ଡ ରେ ପ୍ରାୟ ୨୦ଜଣ ଡ଼କାୟତ ଦଳ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ କାର୍ଯ୍ୟରତ ସିକୁରୀଟି ଗାର୍ଡ କୁ ଭୟଭିତ କରାଇ ଷ୍ଟକ ୟାର୍ଡ ରୁ ପ୍ରାୟ ୧୨୫୪୬ କିଲୋଗ୍ରାମ ର ନିର୍ମାଣ ସାମଗ୍ରୀ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୩ ଲକ୍ଷ ରୁ ଉର୍ଦ୍ଧ ହେବ ଲୁଟି ନେଇଥିଲେ । ତେଣୁ ତାଳଚେର ଥର୍ମାଲ ଏନ ଟି ପିସି ରେ ନିର୍ମାଣ କାର୍ଯ୍ୟ କରୁଥିବା ଭେଲ କମ୍ପାନୀ ର ଏ ଜି ଏମ ତଥା କୋନଷ୍ଟ୍ରକସନ ମ୍ୟାନେଜର ବୃହନ ମାଝୀ ତାଳଚେର ଥାନା ରେ ଡକାୟତି ସମ୍ବନ୍ଧରେ ଏତେଲା ଦେଇଥିଲେ ।ଏତେଲା କୁ ଭିତି କରି ତାତ୍କ୍ଷଣାତ ଅନଗୁଳ ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ତାଳଚେର ଏସ ଡି ପିଓ ଭରତ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନ ରେ ଓ ତାଳଚେର ସଦର ଭାରପ୍ରାପ୍ତ ଥାନା ଅଧିକାରୀ ଦିଗ ବିଜୟ ବିଶ୍ୱାଳ ଙ୍କ ବରିଷ୍ଠ ନେତୃତ୍ୱରେ ଏକ ଆଠ ଜଣିଆ ଟିମ ଗଠନ କରି ଆତର୍କିତ ଚଢ଼ାଉ କରି ଡ଼କାୟତ ରେ ଲିପ୍ତ ଥିବା ତାଳଚେର ସନ୍ଥପଡା ଅଞ୍ଚଳ ରୁ ୮ଜଣ , ଅରଖପାଳ ରୁ ଜଣେ ଓ ଡକାୟତି ସାମଗ୍ରୀ ରଖିବା ଅଭିଯୋଗ ରେ ରାଜ୍ୟ ବାହାରୁ ୩ ଜଣଙ୍କ ସମେତ ମୋଟ ୧୨ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗୋଟିଏ ୬ଚକିଆ ଟାଟା ଟ୍ରକ ,ଗୋଟିଏ ମହୀନ୍ଦ୍ରl ବୋଲେରୋ ଦୁଇଟା ମାରଣା ଅସ୍ତ୍ର, କଟିଙ୍ଗ ମେସିନ ଓ ଗ୍ୟାସ କଟର ମଧ୍ୟ ଜବତ କରିଛି ବୋଲି ସୂଚନା ଦେଇଛି ତାଳଚେର ସଦର ପୋଲିସ ।