*ନୂଆପଡା ଉପ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି ପକ୍ଷ ରୁ ମାରାଥନ ନିର୍ବାଚନ ପ୍ରଚାର,ମନ୍ତ୍ରୀ ସାଂସଦ ପ୍ରଚାର ଦାୟିତ୍ବ, ବିପୁଳ ଜନ ସମର୍ଥନ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଉପ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି ପକ୍ଷ ରୁ ମାରାଥନ ନିର୍ବାଚନ ପ୍ରଚାର,ମନ୍ତ୍ରୀ ସାଂସଦ ପ୍ରଚାର ଦାୟିତ୍ବ, ବିପୁଳ ଜନ ସମର୍ଥନ ମିଲୁଥିବା ବେଳେ ଚଳିତ ଉପ ନିର୍ବାଚନ ରେ ବିଜୟୀ ସୁନିଶ୍ଚିତ ବୋଲି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରକାଶ କରିଛନ୍ତି। ଆଜି କୋମନା ବ୍ଲକ୍ ରାଜନା ଗ୍ରାମ ଠାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ସେଠାକାର ବିସ୍ଥାପିତ ସମସ୍ୟା ଉପରେ ଆଲୋଚନା କରିଥିଲେ। ବିଜେପି ସରକାର ବିକାଶ କୁ ନେଇ ନିର୍ବାଚନ ମଇଦାନ ରେ ଅବତରଣ କରିଅଛି। ଜୟ ଭାଇ ଢୋଲକିଆ ନିଶ୍ଚିତ ରୂପେ ଉପ ନିର୍ବାଚନ ରେ ବିଜୟୀ ହେବେ ଏବଂ ନୂଆପଡ଼ା ବିଧାୟକ ହେବେ ବୋଲି ସାଂସଦ ମାଳବିକା ଦେବୀ ପ୍ରକାଶ କରିଛନ୍ତି। ସେହିପରି ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ଙ୍କ ପତ୍ନୀ ମଧ୍ୟ ନିର୍ବାଚନ ପ୍ରଚାର କରୁଥିବା ବେଳେ ତାଙ୍କ ବାପା ଭଳି ପୁଅ ସେବା କରିବା ନିଶ୍ଚିତ ବିଜୟୀ ହେବ ବୋଲି କହିଥିଲେ।
