*ନୂଆପଡା ଉପ ନିର୍ବାଚନ ନେଇ ପ୍ରଚାର ବ୍ୟାପକ ହେଉଥିବା ବେଳେ ଦଳୀୟ ପ୍ରାର୍ଥୀ ମଧ୍ୟ ନିର୍ବାଚନ ମଇଦାନ ରେ ନିଜ କୌଶଳ ଦେଖାଉଛନ୍ତି*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ନେଇ ପ୍ରଚାର ବ୍ୟାପକ ହେଉଥିବା ବେଳେ ଦଳୀୟ ପ୍ରାର୍ଥୀ ମଧ୍ୟ ନିର୍ବାଚନ ମଇଦାନ ରେ ନିଜ କୌଶଳ ଦେଖାଉଛନ୍ତି। ଭୋଟର ଙ୍କ ନିକଟ କୁ ଯାଇ ନିଜ ବିକାଶ ମୂଳକ କାର୍ଯ୍ୟ ବେଳେ ରାଜ୍ୟ ସରକାରଙ୍କ ବିଫଳତା ଉପରେ ଉଦବୋଧନ ଦେଉଛନ୍ତି। ଆଜି କୋମନା ବ୍ଲକ୍ ରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନିଜ ନିର୍ବାଚନ ପ୍ରଚାର କରିଥିଲେ। ସେ ନବୀନ ସରକାରଙ୍କ ଶାସନ କାଳ ବିକାଶ ମୂଳକ କଥା କହିଥିବା ବେଳେ ରାଜ୍ୟ ସରକାରଙ୍କ ବିଫଳତା ଉପରେ ଗୁରୁତ୍ବ ଦେଉଥିଲେ। ଲୋକଙ୍କ ସମର୍ଥନ ବିଜେଡି କେଜ ବୃଦ୍ଧି ହେଉଥିବା ବେଳେ ବିଜେଡି ଆଗକୁ ବଢୁଥିବା କହିଛନ୍ତି। ତାଙ୍କ ସହ ଦଳୀୟ ନେତା ଏବଂ କର୍ମୀଙ୍କ ଗହଣରେ ନିର୍ବାଚନ ପ୍ରଚାର କରିଛନ୍ତି। କୋମନା ବ୍ଲକ ୭ ଗୋଟି ଗ୍ରାମ ପଞ୍ଚାୟତ ଝଗରାହି, ମିଛାପାଳି, ଦର୍ଲି ପଡ଼ା, କୁରୁମପୁରି, ପାଳସିପାନି, ସିଲଭା, ଲଖନା ଓ ଜଟଗଡ ପଞ୍ଚାୟତ ରେ ନିର୍ବାଚନ ପ୍ରଚାର କରିଥିଲେ।
