*ଜନ ସମ୍ପର୍କ ଯାତ୍ରା ରେ ଶିକ୍ଷକ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ବାସଭବନ ରେ ପହଞ୍ଚିଥିଲେ କ୍ୟାବିନେଟ୍ ମନ୍ତ୍ରୀ।ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା 30.୬.୨୦୨୬
ଗତ ୨୮ ଜୁନ ୨୦୨୬ ମଧ୍ୟାହ୍ନ ସମୟରେ ଓଡ଼ିଶା ସରକାରଙ୍କ ଆଦରଣୀୟ ମାନ୍ୟବର ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଷଡ଼ଙ୍ଗୀ ଗ୍ରାମ ପଞ୍ଚାୟତ ର ଝାରଦା ଗ୍ରାମ ରେ ଜନ ସମ୍ପର୍କ ଯାତ୍ରା ରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ବାସଭବନ ରେ ପହଞ୍ଚି ମାନ୍ୟବର ଭାରତ ସରକାରଙ୍କ ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ୧୨ ବର୍ଷ ଶାସନ ର ବିକାଶ ପୁସ୍ତକ ପ୍ରଦାନ କରିବା ସହିତ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ର ବିକାଶ କାର୍ଯ୍ୟ କ୍ରମ ରେ ସଂକ୍ଷିପ୍ତ ବିବରଣୀ ଓ ମାନ୍ୟବର ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଙ୍କ ଢେଙ୍କାନାଳ ବିଧାନ ସଭା କ୍ଷେତ୍ରର ଦୁଇ ବର୍ଷ ର ବିକାଶ କାର୍ଯ୍ୟ ବିବରଣୀ ପ୍ରଦାନ କରିଥିଲେ। ବିଶେଷ କରି ଝାରଦା ଗ୍ରାମ ର ବହୁ ପୁରାତନ ଧାର୍ମିକ ଓ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ “ଗିରିବର ଗିରିଧାରୀ ଆଶ୍ରମ” କୁ କୋଡ଼ିଏ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ପ୍ରକାଶ କରିଥିଲେ। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ମାନ୍ୟବର ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର ଙ୍କୁ ପୁଷ୍ପ ଗୁଛ ଦେଇ ସ୍ବାଗତ ଜଣାଇଥିଲେ। ଶ୍ରୀ ସାହୁ ଙ୍କ ସହିତ ତାଙ୍କର ମଧ୍ୟମ ଭ୍ରାତା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ମନ୍ତ୍ରୀ ଙ୍କ ଜନ ସମ୍ପର୍କ ଯାତ୍ରା କୁ ଭୂୟସୀ ପ୍ରଶଂସା କରିଥିଲେ। ଶ୍ରୀ ସାହୁ ଙ୍କ ସମସ୍ତ ପରିବାର ବର୍ଗ ଙ୍କ ସହିତ ପ୍ରାକ୍ତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୋଦଣ୍ଡ ଧର ସାହୁ, ଗଁଦିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ରିନା ରାଣୀ ଖଟୁଆ, ସାଂସଦ ଙ୍କ ଗଁଦିଆ ବ୍ଳକ ପ୍ରତିନିଧି ଲଳିତ କୁମାର ଦାସ, ଝାରଦା ଗ୍ରାମ ପ୍ରତିନିଧି ନିର୍ମଳ ଚନ୍ଦ୍ର ବିହାରୀ ଙ୍କ ସହିତ ଶତାଧିକ ଭାରତୀୟ ଜନତା ପାର୍ଟିର ସଭ୍ୟ ଉପସ୍ଥିତ ହୋଇ ଥିଲେ।
