ସରକାରୀ ଜମିକୁ ନିଜର କହି ବିକି ଦେଇଥିଲେ ଜମି ମାଫିଆ, ପୁଣି ନିଜ ଅଧିନକୁ ନେଲା ପ୍ରଶାସନ l, ଆର୍. ଟି. ଓ ଙ୍କୁ ହସ୍ତାନ୍ତର l
ବାଲିଗୁଡ଼ା – କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମୌଜା ସମେତ ଏନଏସିର ନୁଆସାହି ଦଣ୍ଡପଦର ପଣସପଡି ଗୁଳିମରା ମୁଣ୍ଡାସାହି ଆଦି ବସ୍ତିରେ ଜମି ମାଫିଆ ବେଶ ସକ୍ରିୟ ହୋଇ ବଡ ବଡ ଅଟ୍ଟାଳିକା ନିର୍ମାଣ କରି ଵିକ୍ରୟ ଓ ଭଡା ସୂତ୍ରରେ ଦେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ମଧ୍ଯ ଅଭିଯୋଗ ହେଉଛି ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଏହାପରେ ଆକ୍ସନ ମୋଡ଼ରେ ତହସିଲଦାର
, ବାଲିଗୁଡ଼ା ଏନ୍ ଏ ସି ର ବିଭିନ୍ନ ୱାର୍ଡରେ ହୋଇଥିବା ସରକାରୀ ଜମି ବେ ଦଖଲ ଉପରେ ଉଛେଦ ହୋଇ ସରକାରୀ ଖାତାକୁ ଫେରିଛି ବାଲିଗୁଡ଼ା ମୌଜା ର ଖାତା ନମ୍ବର 771( ସରକାରୀ ଖାତା) ପ୍ଲଟ ନମ୍ବର 3010/ 4196 ପତିତ କିସମ ହେ ୦.630 ଆର୍ ସରକାରୀ ଜମି ସେଟେଲମେଣ୍ଟ ସମୟରୁ ସରକାରୀ ଖାତାରେ ରେକର୍ଡ ଭୁକ୍ତ ଥିଲା, ହେଲେ ଦଣ୍ଡପଦର ଅଞ୍ଚଳ ର ଜଣେ ଜମି ମାଫିଆ ମୋ ଜମି କହି ଲୋକଙ୍କ ଠାରୁ ପଇସା ଆଣିଥିବା ନେଇ ଚର୍ଚ୍ଚା ହେଉଛି, ବର୍ତ୍ତମାନ ସେହି ଜମି କୁ ତହସିଲ ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି, ବର୍ତ୍ତମାନ ସେହି ସ୍ଥାନରେ ଆର୍.ଟି.ଓ ନିଜ ଅଧିନକୁ ନେଇ ଉନ୍ନୟନ କାର୍ଯ୍ୟ କରିବେ ବୋଲି ଜଣା ପଡିଛି l ବାଲିଗୁଡ଼ାରେ ସତୁରୀ ପ୍ରତିଶତ ସରକାରୀଜମିଉପରେ ବେଆଇନ କୋଠା ନିର୍ମାଣହୋଇଛି ପର୍ଯ୍ୟାୟକ୍ରମେ ବେଆଇନ ଦଖଲ।
