ନିମ୍ନମାନର କାମକୁ ନେଇ ଗ୍ରାମବାସୀ ବନ୍ଦକଲେ ରାସ୍ତା ନିର୍ମାଣ।
(ଶନିବାର)ନିମ୍ନମାନର ରାସ୍ତା ନିର୍ମାଣକୁ କୁ ନେଇ ଠିକାଦାର ଓ ଗ୍ରାମ୍ୟ ନିର୍ମାଣ ବିଭାଗ-୨ଭଦ୍ରକ ଏସ୍ ଡି ଓ ଙ୍କ ସାମ୍ନାରେ ଗ୍ରାମ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା।
ଇତିହାସରେ ପ୍ରଥମ ଥର ଦେଖିବାକୁ ମିଳିଥିଲା ଶାସକ ଦଳ ର କର୍ମକର୍ତ୍ତା ମାନେ କାମ ବନ୍ଦ କରିବାର।
କାମ ବନ୍ଦ କରିବାର କାରଣ କଣ ହୋଇ ଥାଇ ପାରେ ବୋଲି ଭାବୁଛନ୍ତି ?ଭାବୁଛନ୍ତି କି ପିଶି କି ନାଁ ଆଜ୍ଞା ନିମ୍ନମାନର ନିର୍ମିତ ରାସ୍ତା।
ଠିକାଦାର,ଏସଡିଓ ଓ ଯନ୍ତ୍ରୀ ଙ୍କ ସାମ୍ନାରେ ଏଷ୍ଟିମେଟ କୁ ବାଆଁ ବାଆଁ ଉଡ଼ାଇ କାମ କରୁଛି ହେଲେ ଏ ମାନେ ଚୁପ୍।
ନିମ୍ନମାନର ବାଲି ଓ ଚିପ୍ସ ହୋଇଥିବା ବେଳେ କ୍ୱାଲିଟୀ କଣ୍ଟ୍ରୋଲ ବିଭାଗ କେମିତି ଅନୁମତି ଦେଲା କାମ କରିବାକୁ ଯାହାକି କୁଆଲିଟୀ କଣ୍ଟ୍ରୋଲ ବିଭାଗ ର କର୍ମଚାରୀ ଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏ ଭଳି ନିମ୍ନମାନର କାର୍ଯ୍ୟ ଦେଖିବାକୁ ମିଳିଛି ଖୁଦ୍ ମୋହନ ସରକାରଙ୍କ ଦକ୍ଷ ମନ୍ତ୍ରୀ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସେଠୀ ଙ୍କ ଧାମନଗର ନିର୍ବାଚନ ମଣ୍ଡଳୀ ବାୟାଙ୍ଗଡି ପଞ୍ଚାୟତରେ।
ଯେମିତି,ରାସ୍ତାଟି କୁ ନିମ୍ନମାନର କରିବା ଓ ସରକାରୀ ଅର୍ଥକୁ ହଡ଼ପ ପାଇଁ ସମସ୍ତେ ସଲାସୂତରା ହୋଇଛନ୍ତି।ରାସ୍ତାର ଉଚ୍ଚତା ତଳୁ ଦୁଇ ଲେୟାର ଆଠ ଇଞ୍ଚ୍ ହେବାକୁ ଥିବା ବେଳେ ଚାରି ଇଞ୍ଚ୍ ହୋଇଛି।ଏହା କଣ ସରକାରୀ ବାବୁ ମାନଙ୍କୁ ଦେଖା ଯାଉ ନଥିଲା ନା ଆଖିରେ ଅନ୍ଧପୋଟଳୀ ବନ୍ଧା ହୋଇଥିଲା।ରାସ୍ତାର ଦୈର୍ଘ୍ୟ 5700 ମିଟର ହୋଇଥିବା ବେଳେ ରାସ୍ତାର ଅଟକଳ ମୂଲ୍ୟ 649.79 ଲକ୍ଷ ଟଙ୍କା ।ରକ୍ଷଣା ବେକ୍ଷଣ ବାବଦକୁ ପାଞ୍ଚ ବର୍ଷ ପାଇଁ ମୋଟ 25.40 ଲକ୍ଷ ରଖା ଯାଇଛି।ଶୁଣନ୍ତୁ ସରକାରୀ ଅର୍ଥକୁ ହଡ଼ପ କରିବାକୁ ଠିକାଦାର ନିତ୍ୟାନନ୍ଦ ଦାସ କେମିତି କାଟଛାଟ କରି ବଖାଣୁ ଛନ୍ତି।ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।
