ବାତ୍ୟା ମନ୍ଥାକୁନେଇ ପ୍ରସ୍ତୁତ ବୈଠକ ଅନୁଷ୍ଠିତ।
ଗଜପତି ( ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦଭାବନା ସଭା ଗୃହ ଠାରେ ଆଜି ବାତ୍ୟା ମନ୍ଥା ନିମନ୍ତେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ। ଗଜପତି ଜିଲ୍ଲା ପିଏ ଆଇ.ଟି.ଡି.ଏ (PA ITDA )ଅଂଶୁମାନ ମହାପାତ୍ର,ରାୟଗଡ ବିଡ଼ିଓ ସୁଶାନ୍ତ କୁମାର ବାରିକ , ତହସିଲଦାର ସୁଶାନ୍ତ କୁମାର ପ୍ରଧାନ, ଥାନା ଅଧିକାରିଣୀ କମଳାଙ୍କ ସମତେ ରାୟଗଡ଼ ବ୍ଲକ୍ ର ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା,ପଞ୍ଚାୟତ ଅଧିକାରୀ , ବିଦ୍ୟୁତ ବିଭାଗ ଯନ୍ତ୍ରୀ, ଆରଡି ବିଭାଗ ଯନ୍ତ୍ରୀ ଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ପ୍ରତି ପଞ୍ଚାୟତ ରେ ହେଲ୍ପ ଲାଇନ ଖୋଲା ଯିବାକୁ ନିଷ୍ପତି ନିଆଯାଇଥିଲା।
