ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ଅଳ୍ପ ଦୂରରୁ ଶାଗୁଆନ ଗଛ ନେଲେ ବନ ଅଧିକାରୀ ଅଭିଯୋଗ
– ପୁଅ ନାମରେ କାଠ ସମିଲ୍ ରସିଦରେ ଚୋରା ଶାଗୁଆନ କାଠ
– ଚାଲାଣ ବେଳେ ଗାଡ଼ିକୁ ଅଟକାଇ ରଖିଲେ ସ୍ଥାନୀୟ ଲୋକେ
କଙ୍କଡ଼ାହାଡ଼,: ଢେଙ୍କାନାଳ ବନଖଣ୍ଡ ମହାବିରୋଡ ବନାଞ୍ଚଳ ଅଧିକାରୀ ହରିଶ ଚନ୍ଦ୍ର କିଶାନ ନିଜ ପୈତୃକ ଘରରୁ ପିକଅପ୍ ଗାଡ଼ିରେ ୩୪ ଘନଫୁଟ ଶାଗୁଆନ କାଠ ନେଉଥିବା ବେଳେ ସ୍ଥାନୀୟ ଲୋକ ଗାଡିକୁ ଅଟକ ରଖି ବନବିଭାଗ କୁ ହସ୍ତାନ୍ତର କରିଥିଲେ। ଅଭିଯୋଗ ମୁତାବକ ମହାବିରୋଡ ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ଦୁଇ ଶହ ମିଟର ଦୂରରେ ଥିବା ଶାଗୁଆନ ବଗିଚାରୁ ଦୁଇଟି ଗଛ କଟା ଯାଉଥିବା ବେଳେ କୈଣସି ବନ ବିଭାଗ ଅନୁମତି ନଥାଇ କେଉଁ ଭାବେ ଗଛ କାଟ ଯାଇଛି କିନ୍ତୁ ବନ ବିଭାଗ ପାଖରେ ସୂଚନା ନଥିବା ଏକ ବିସ୍ମୟ ସୃଷ୍ଟି କରିଛି। ବନାଞ୍ଚଳ ଅଧିକାରୀ ଶ୍ରୀ କିଶାନ ଉକ୍ତ ଶାଗୁଆନ ଗଛ କାଟି କୁଚିଣ୍ଡା ଅଞ୍ଚଳରେ ଥିବା ପୈତୃକ ଘର କୁ ନେଉଥିବା ଅଭିଯୋଗ ହୋଇଛି। ଏହି ସଂକ୍ରାନ୍ତରେ ବନାଞ୍ଚଳ ଅଧିକାରୀ ଶ୍ରୀ କିଶାନ କହିଛନ୍ତି କି ଯେଉଁ ପିକଅପ୍ ଗାଡ଼ିରେ ଶାଗୁଆନ କାଠ ଯାଉଥିଲା ତାହା କାଠ ସମିଲ୍ ରୁ ଆଣିଥିଲି। ଗାଡି ଖରାପ ହେବାରୁ ଛିଡା କରାଯାଇଥିଲା ଏବଂ କାର୍ଯ୍ୟାଳୟ ପାଖରୁ ଯେଉଁ ଶାଗୁଆନ ଗଛ କଟାଯାଇଛି ତାହାର କିଛି ଅନୁମତି ନାହିଁ। ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ଅଳ୍ପ ଦୂରରୁ ଶାଗୁଆନ ଗଛ କାଟି ନେଉଥିଲେ ମଧ୍ୟ କିପରି ଭାବରେ ଅଧିକାରୀ ମାନେ ଜାଣିପରିଲେ ନାହିଁ ବୋଲି ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉକ୍ତ ଶାଗୁଆନ ଗଛ କୁ କାଟି ବନାଞ୍ଚଳ ଅଧିକାରୀ ନେଉଥିବା ଅଭିଯୋଗ ଉପରେ ଜିଲା ବନଖଣ୍ଡ ଅଧିକାରୀ ନିରପେକ୍ଷ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବେଶବିତ୍ ମାନେ ମତପ୍ରକାଶ କରିଛନ୍ତି।
