ସଡ଼କ ଦୁର୍ଘଟଣାରେ ଏଲ ଆଇ ସି ଏଜେଣ୍ଟ ମୃତ
କାମାକ୍ଷାନଗର-
ଢେ଼ଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ରାମସୁଧା ପାଟଣା ଗ୍ରାମର ଏଲ ଆଇ ସି ଏଜେଣ୍ଟ ମଳୟ କୁମାର ସାହୁ (୪୭) ଙ୍କ ର ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗତ ୨୨ ତାରିଖ ବୁଧବାର ସଂଧ୍ୟା ସମୟରେ ସେ ଡ଼ୁବୁରୀ ଅଞ୍ଚଳ ରୁ ଘରକୁ ଫେରୁଥିବା ସମୟରେ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇଥିଲେ । ସମ୍ପର୍କୀୟ ଙ୍କ ସହାୟତାରେ ତାଙ୍କୁ ପ୍ରଥମେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ଡାକ୍ତର ଙ୍କ ପରାମର୍ଶ କ୍ରମେ ପରିବାର ଲୋକେ କଟକ ବଡ଼ ମେଡ଼ିକାଲ ନେଇ ଯାଇଥିଲେ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ମଳୟ କୁମାର ସାହୁ ପେଶାରେ ଏବଂ ଆଇ ସି ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ଅକାଳ ବିୟୋଗ ପରିବାର ଓ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
