ସାଇବର ସୁରକ୍ଷା ସଚେତନତା ପାଇଁ ଅଣ୍ଟା ଭିଡ଼ିଲା କୋରାପୁଟ ଜିଲ୍ଲା ପୋଲିସ ପ୍ରଶାସନ l
ସାରା ଭାରତ ବର୍ଷ ରେ ସାଇବର କ୍ରାଇମ ଏବେ ପୋଲିସ ପ୍ରଶାସନ ଠୁ ଧରି ସାଧାରଣ ଜନତା ଯାଏଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି l ଆଉ ସେ ହି ଦୃବୃତ୍ତ ଙ୍କ ଠୁ ଜନସାଧାରଣ ଙ୍କୁ ସୁରକ୍ଷା ଦେବାପାଇଁ ଏବେ ରାଜ୍ୟ ର ଘରୋଇ ବିଭାଗ ଅଣ୍ଟା ଭିଡିଛି l ସେ ଅନୁସାରେ କୋରାପୁଟ ପୋଲିସ ପ୍ରଶାସନ ବି ଆଗେଇ ଆସିଛି l ସଚେତନl ମlଧ୍ୟ୍ୟମ ରେ ଲୋକଙ୍କ ପାଖରେ ପହଂଚିବା ପାଇଁ ଏକ ଅଭିନବ ପ୍ରୟାସ ଜାରିରଖିଛି l ଆଜି ସ୍ଥାନୀୟ ମୁନିସିପାଲିଟି ଅଟୋରିୟମ ଠାରେ ଜିଲ୍ଲା ଅlରକ୍ଷୀ ଅଧିକ୍ଷକ ଙ୍କ ତତ୍ତ୍ୱବଧାନ ରେ ଏକ ସାଇବର ସୁରକ୍ଷା ସଚେତନl କାଯ୍ୟକ୍ରମ କରାଯାଇଥିଲା l କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ କୋରାପୁଟ ବିଡ଼ିଓ ଦେବାଶିଷ ଗୌଡ଼ ମୁନିସିପାଲିଟି ର କାଯ୍ୟନିର୍ବାହୀ ଅଧିକାରୀ ଜ୍ଞାନ ରଞ୍ଜନ ତ୍ରିପାଠୀ ମୁନିସିପାଲିଟି ର ଚେୟାରମ୍ୟାନ ଲଲାଟ ରଞ୍ଜନ ସେଠୀ ସଂସଦ ପ୍ରତିନିଧି ମନୋଜ ଆଚାର୍ଯ୍ୟ ଆଇ ଏସ ପ୍ରୋବେଶନ ଯୋଗଦେଇ ଥିଲେ l କୋରାପୁଟ ଅତିରିକ୍ତ ଏସପି ମୌନ ବ୍ରତା ଶତପଥି ଶେଷରେ ଧନ୍ୟବାଦ ଅର୍ପଣ କରିଥିବା ବେଳେ ନିମନ୍ତ୍ରିତ ଅତିଥି ମାନେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ l ଏ ଉପଲକ୍ଷେ ଏକଶପଥ ପାଠ କରାଯାଇଥିବା ବେଳେ କିଛି ସଚେତନl ନାଟକ ରିୟାପ ଗୀତ ବି ପରିବେଷଣ କରାଯାଇଥିଲା ଏକ ସଚେତନl ରଥ କୁ କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଉଦଘାଟନ କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟ ର ପିଲାଙ୍କୁ ନେଇ ମିଜୁୟମ କାଯ୍ୟକ୍ରମ କରିବାକୁ ଜିଲ୍ଲା ପୋଲିସ ଯୋଜନା କରିଛି l କେବଳ ସେତିକି ନୁହଁ ସାଇବର ଠକେଇ ର ଶିକାର ହୋଇଥିବା ଜନସାଧାରଣ ଙ୍କୁ ପୋଲିସ ନିବେଦନ କରିଛି ୧୯୩୦ ନିଃଶୁକ ଟେଲିଫୋନ ନମ୍ବର କୁ ଯୋଗାଯୋଗ କରିବାକୁ କହିଛି l ଗଣମାଧ୍ୟ୍ୟମ ର ପ୍ରତିନିଧି ଠୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ସଚେତନ ନାଗରିକ ଏ କାଯ୍ୟକ୍ରମ ରେ ଉପସ୍ଥିତ ଥିଲେ, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
