ଧର୍ମଶାଳା ନିର୍ବାଚନ ମଣ୍ଡଳୀ ହେବ ଆଲୋକୀକରଣ – ବିଧାୟକ ଦୁଈ ବ୍ଲୁକରେ ଭତ୍ତା ଓ ରାସନ କାର୍ଡ ବଣ୍ଟନ |
ଯାଜପୁର/(ଭଞ୍ଜଦୂତ:ନିପ୍ର)ରିପୋର୍ଟର କୁଲୁ ବରାଳ
ଜାରକା ମହୋତ୍ସବ ପଡ଼ିଆରେ ବ୍ଲକ ପ୍ରଶାସନ ପକ୍ଷରୁ ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ପଞ୍ଚାୟତ ରାସ୍ତା ସୌରାଲୋକୀକରଣ ଶୁଭ ଉଦଘାଟନ ସହ ଭତ୍ତା ଓ ରାସନ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରକଳ୍ପର ଉଦଘାଟନ ଓ ରାସନ୍ କାର୍ଡ ଓ ଭତ୍ତା ବଣ୍ଟନ କରିଥିଲେ । ଯେତେବେଳେ ଆମେ ଗାଁ ଗଣ୍ଡା ବୁଲୁଥିଲୁ ସେତେବେଳେ ଲୋକମାନଙ୍କ ସର୍ବାଧିକ ଅଭିଯୋଗ ଥିଲା ଷ୍ଟ୍ରିଟ ଲାଇଟ୍। ଆମେ ସଂକଳ୍ପ ନେଇଥିଲୁ ତାହା ଆଜି ମୋହନ ସରକାର ପାଇଁ ପୂର୍ଣ୍ଣ ହୋଇଛି। ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲି, ତାଙ୍କରି ନିର୍ଦ୍ଦେଶ କ୍ରମେ ପ୍ରଥମ ପର୍ଯ୍ୟାୟରେ ୧୦ କୋଟି ଟଙ୍କା ଅନୁମୋଦନ କ୍ରମେ ପ୍ରତି ପଞ୍ଚାୟତ ଗ୍ରାମ୍ୟ ରାସ୍ତାରେ ସୋଲାର ଲାଇଟ୍ ଲାଗିବ। ଆସନ୍ତା ୨୮ ତାରିଖରୁ ଏହା ଆରମ୍ଭ ହେବ। ଯେ ପର୍ଯ୍ୟନ୍ତ ଗାଁ ଗଣ୍ଡାରେ ଅନ୍ଧାର ଦୂର ନ ହୋଇଛି ସେ ଯାଏ ଲାଇଟ୍ ଲାଗିବା ଜାରି ରହିବ ବୋଲି ବିଧାୟକ ଶ୍ରୀ ସାହୁ କହିଥିଲେ।ବିଡିଓ ଜ୍ୟୋତିର୍ମୟ କର ସଭାପତିତ୍ବ କରିଥିବା ବେଳେ
ପଞ୍ଚାୟତ ସମିତି ଭାରପ୍ରାପ୍ତ ଅଧ୍ୟକ୍ଷା ବିଶ୍ଵବିଜୟିନୀ ମିଶ୍ର, ଏବିଡିଓ ସୁରେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ଓ ପିଇଓ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। ରାଜେଶ୍ ପାଳ, ଅଭିଷେକ ରାଉତ, ନରୋତ୍ତମ ପଣ୍ଡିତ, ନାରାୟଣ ମଲିକ, ସରପଞ୍ଚ ସୁଦାମ ବେହେରା, ତପନ ମାହୁନ୍ତ, ଆଲୋକ ଲେଙ୍କା, ସବ୍ୟ ସାଚ୍ଚି ସୁନ୍ଦରରାୟ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।ସେହିପରି ରସୁଲପୁର ବ୍ଲକ ପରିସରରେ ରସୁଲପୁର ବ୍ଳକ୍ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସରକାରୀ ଯୋଜନା ଯଥା ଅନ୍ତ୍ୟୋଦୟ ଗୃହ ଯୋଜନା, ଭତ୍ତା,ଓ ରାସନ କାର୍ଡ ସମସ୍ତ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବ୍ଳକର ସମସ୍ତ ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ରହିଥିବା ବେଳେ ହିମାଂଶୁ ଙ୍କ କାର୍ଯ୍ୟଧାରା କୁ ନେଇ ସମସ୍ତେ ଭୁରି ଭୁରି ପ୍ରସଂଶା କରିଥିଲେ।
ସୂଚନା ଥାଉ କି,
ଅନ୍ତୋଦୟ ଗୃହ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟରେ ୨୮୦ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ଓ ୧୮୦୦ ଜଣ ହିତାଧିକାରୀଙ୍କୁ ନୂତନ ରାସନ୍ କାର୍ଡ ବଣ୍ଟନ ଲକ୍ଷ୍ୟ ଧାର୍ଯ୍ୟ ରହିଛି। ସେହିପରି ୨୯୦ ଜଣ ନୂଆ ହିତାଧିକାରୀ ଙ୍କୁ ବିଭିନ୍ନ ବିଭାଗରେ ଭତ୍ତା ପ୍ରଦାନ କରାଯାଇଥିଲା। ସେଥି ମଧ୍ୟରେ ୭୬ ଜଣଙ୍କୁ ଦିବ୍ୟାଙ୍ଗ ଭତ୍ତା, ୭୮ ଜଣଙ୍କୁ ବିଧବା ଭତ୍ତା ଓ ୧୩୬ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉଥିବା ଜଣାପଡିଛି।
