*ନୂଆପଡା ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷ ରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷ ରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏହି କର୍ମୀ ସମ୍ମିଳନୀ ରେ ରାଜ୍ୟ ସଭାପତି ମନ ମୋହନ ସାମଲ, ପଡୋଶୀ ଛତିଶଗଡ ରାଜ୍ୟ କେବିନେଟ ମନ୍ତ୍ରୀ ଗୁରୁ ଖୁସବନ୍ତ ସିଂ ସାହେବ୍, ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେପି ନେତା ଓ ମନ୍ତ୍ରୀ ମୁକେଶ ମହାଲିଙ୍ଗା, ସାଂସଦ ମାଳବିକା ଦେବୀ,ପୂର୍ବତନ ବସନ୍ତ କୁମାର ପଣ୍ଡା ଯାଜପୁର ସାଂସଦ ରବୀ ବେହେରା, ଏସ ସି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ଜଗତସିଂପୁର ସାଂସଦ ବିଭୁ ତରାଇ ମଞ୍ଚ ପରିଚାଳନା କରିଥିଲେ। ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ଙ୍କୁ ଉପଯୁକ୍ତ ସମ୍ମାନ ଦେଇଥିବା ବେଳେ ଡ଼. ବି.ଆର୍. ଆମ୍ବେଦକର ଙ୍କୁ ଭାରତ ରତ୍ନ ରେ ବିଭୂଷିତ କରୁଥିବା ଦଳ ବୋଲି ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି। ଅନୁସୂଚିତ ଜାତିଙ୍କୁ ଦଳୀୟ ପ୍ରାର୍ଥୀ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଭିକ୍ଷା କରିଛନ୍ତି। ଅନୁସୂଚିତ ଜାତିଙ୍କ ସମ୍ମାନ ପାଇଁ ଭାରତୀୟ ଜନତା ପାର୍ଟି ପ୍ରମୁଖ ଭୂମିକା ନେଇଥିବା ବେଳେ ଅନ୍ୟ ଦୁଇ ଦଳ ବିଜେଡି ଏବଂ କଂଗ୍ରେସ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତାରଣା କରିଛନ୍ତି ବୋଲି ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି। ଜୟ ଢୋଲକିଆ ମଧ୍ୟ ଯୋଗଦେଇ ନୂଆପଡ଼ା ଜିଲ୍ଲା କୁ ଏକ ନମ୍ୱର୍ ଜିଲ୍ଲା।
