

ବେତନଟୀ , ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନାରେ ସୋମବାର ରେ ବାଲେଶ୍ଵର ଜିଲ୍ଲାରୁ ବଦଳି ହୋଇ ଆସିଥିବା ଇନ୍ସପେକ୍ଟର ବାରିଣୀ ଦାସ କାର୍ଯ୍ୟରେ ଯୋଗଦେଇଛନ୍ତି। ଗୃହ ବିଭାଗ ନିର୍ଦେଶ ଅନୁସାରେ ଏଠାରେ ଥିବା ଇନ୍ସପେକ୍ଟର ତପନ କୁମାର ପ୍ରଧାନଙ୍କ ବଦଳି ହୋଇଯିବା ପରେ ଏଠାରେ ଥାନାଧିକାରୀ ପଦବୀ ଖାଲି ପଡିଥିଲା। ଇନ୍ସପେକ୍ଟର ବାରିଣୀ ଦାସ ଯୋଗଦେବା ସହ ବେତନଟୀ ପୋଲିସ ଉପଖଣ୍ଡ ଅଧିକାରୀ ମିନତୀ ବିଶ୍ବାଳଙ୍କୁ ସାକ୍ଷାତ କରି ବିଧିବଦ୍ଧ ଭାବେ କାର୍ଯ୍ୟାରମ୍ଭ କରିଛନ୍ତି।