
************************
ଭଦ୍ରକ….. ଧୂଷୁରୀ ଥାନା ଅନ୍ତର୍ଗତ କଟସlହି ଗ୍ରାମ ପଞଚାୟତର ଡlଙ୍ଗମାଳ ଗ୍ରାମ ନିବାସୀ ଖଟିକିଆ ଦରିଦ୍ର 80 ବର୍ଷୀୟ ନିରୀହ ବୃଦ୍ଧ ରଘୁନ୍ନାଥ ମହାଳିକ ଓ ତାଙ୍କର ଧର୍ମ ପତ୍ନୀଙ୍କୁ ତାଙ୍କର ଭାଇ ଜଗବନ୍ଧୁ ମହାଳିକ ଓ ତାଙ୍କ ପୁଅ ଶତ୍ରୁଘ୍ନ ( କାଳିଆ ) ମହାଳିକ 30 ବର୍ଷ ଏବଂ ଆହୁରି ପୁଅମାନଙ୍କ ସହାୟତାରେ ୨ ଜଣଙ୍କୁ ଜୀବନରୁ ମାରିଦେବା ଉଦେଶ୍ୟରେ ମାରଣାତ୍ମକ ଆକ୍ରମଣ କରିଥିଲେ, ଦୀର୍ଘ ଦିନରୁ ଜମିଜମlକୁ କେନ୍ଦ୍ର କରି ଏପରି ଆକ୍ରମଣ ବାରମ୍ବାର କରିଆସୁଛନ୍ତି କିନ୍ତୁ ପୁଲିସରେ ଅଭିଯୋଗ ପରେ ମଧ୍ୟ କିଛି ନ୍ୟାୟ ତାଙ୍କୁ ମିଳୁନାହିଁ, ଏକମାତ୍ର ବିବାହିତ ଝିଅ ସଂଯୁକ୍ତା ଲିଖିତ ଅଭିଯୋଗ କରିଛନ୍ତି ଯେ ମୋ ବାପା ଓ ମାଙ୍କର ମୁଁ ଏକମାତ୍ର ଝିଅ କିନ୍ତୁ ସେମାନଙ୍କର ଅନେକ ପୁରୁଷ ପୁଅମାନେ ଥିବାରୁ ସେମାନେ ଏହାର ସୁଯୋଗ ପାଇ ସବୁ ଜମିକୁ ନିଜ ଅକ୍ତିଆରକୁ ଆଣିବା ବାରମ୍ବାର ଜୀବନରୁ ମାରିଦେବାକୁ ଆକ୍ରମଣ କରୁଛନ୍ତି କିନ୍ତୁ ଅଭିଯୋଗ ପରେ ପୁଲିସ ନିରବ କାହିଁକି ପ୍ରଶ୍ନବାଚୀ ତାଙ୍କ ଗ୍ରାମରେ ସୃଷ୍ଟି ହୋଇଛି, ଦେଖାଯାଊ ନ୍ୟାୟ ଅପେକ୍ଷାରେ ଦରିଦ୍ର ନିରୀହ ବାପା, ମା ଓ ଝିଅ ସଂଯୁକ୍ତା…
ଶେଷରେ ଯଦି ନ୍ୟାୟ ନ ମିଳେ ଆମ୍ଭେ SP ଅଫିସ ସମ୍ମୁଖରେ ଧାରଣା ଦେବୁ ଓ ଆତ୍ମହତ୍ୟା କରିବା ପାଇଁ ପଛେଇବୁନି ବୋଲି ଗଣ ମାଧ୍ୟମରେ ପ୍ରକାଶ କରିଥିଲେ….
ଭଦ୍ରକରୁ ଅଜୟ କୁମାର ମଲ୍ଲିକଙ୍କ ରିପୋର୍ଟ ଭଞ୍ଜଦୂତ୍ତ ନ୍ୟୁଜୁ l