*ନୂଆପଡା ଉପ ନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା, ଜୟ ଢୋଲକିଆ ବିଜେପି ପ୍ରାର୍ଥୀ, ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ମିଶ୍ରଣ ପର୍ବ ରେ ଯୋଗଦାନ, ଆସନ୍ତା ଦିନ ରେ ନୂଆପଡ଼ା ମେଡିକାଲ କଲେଜ ପାଇଁ କାଗଜାତ ପ୍ରସ୍ତୁତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା, ଜୟ ଢୋଲକିଆ ବିଜେପି ପ୍ରାର୍ଥୀ, ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ମିଶ୍ରଣ ପର୍ବ ରେ ଯୋଗଦାନ, ଆସନ୍ତା ଦିନ ରେ ନୂଆପଡ଼ା ମେଡିକାଲ କଲେଜ ପାଇଁ କାଗଜାତ ପ୍ରସ୍ତୁତ ହେଉଥିବା ପ୍ରକାଶ କରିଛନ୍ତି। ଆଜି ଉଦ୍ୟାନବନ୍ଧ ଠାରେ ଏକ ମିଶ୍ରଣ ପର୍ବ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି। ଏହି ସମ୍ମିଳନୀ ରେ ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେଇ ନୂଆପଡ଼ା ଉପ ନିର୍ବାଚନ ରେ ବିଜେପି ପ୍ରାର୍ଥୀ ବିଜୟୀ ହେବା ସହ ନୂଆପଡ଼ା ରେ ୭୮ ବର୍ଷ ରେ ହୋଇନଥିବା ମୌଳିକ ସୁବିଧା ଏବଂ ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ ଦେବେ ବୋଲି ପ୍ରକାଶ କରିଥିଲେ । ଏହି ଉପଲକ୍ଷେ ବିଜେପି ବରିଷ୍ଠ ନେତା ମନ୍ତ୍ରୀ ରାମ ଚନ୍ଦ୍ର ସିଂ ଖୁଣ୍ଟିଆ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ବିଧାୟକ ସୁଧୀର ପଡ଼ଯୋଷୀ,ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ଡ଼.ସୋନିଆ ଜୈନ ସମେତ ବହୁ କର୍ମୀ ନେତା ଯୋଗ ଦେଇଥିଲେ। ବିଜେଡି ବହୁ କର୍ମୀ ବିଜେପି ରେ ସାମିଲ ହୋଇଛନ୍ତି।
