*ନୂଆପଡା ଖରୀଆର ରୋଡ ଠାରେ ବିଜୁ ଜନତା ଦଳ ସମାବେଶ, ଦଳ ଯାହାକୁ ପ୍ରାର୍ଥୀତ୍ବ ହେବେ ତାକୁ ବିଜୟ କରି ବିଧାନସଭାକୁ ପଠାଇବା ନେଇ ସଂକଳ୍ପ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଖରୀଆର ରୋଡ ଠାରେ ବିଜୁ ଜନତା ଦଳ ସମାବେଶ, ଦଳ ଯାହାକୁ ପ୍ରାର୍ଥୀତ୍ବ କରିବା ତାକୁ ବିଜୟ କରି ବିଧାନସଭାକୁ ପଠାଇବା ନେଇ ସଂକଳ୍ପ, ରାଜୁ ଭାଇଙ୍କ ଅଧୁରା ସ୍ଵପ୍ନ ସାକାର କରିବା ନେଇ ଶପଥ। ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଦଳ ସୁପ୍ରିମୋ ସହ କଥା ହୋଇ ଦଳର ସାଧାରଣ କର୍ମୀ ଏକ ବିଧାୟକ ହେବାର କ୍ଷମତା ଥିବା ବେଳେ ଦଳ ଯାହାକୁ ପ୍ରାର୍ଥୀ କରିବ ତାକୁ ଦଳ ସମର୍ଥନ ରେ ବିଜୟ କରିବା ଦାୟିତ୍ବ ନେବା ପାଇଁ ଆହ୍ଵାନ କରିଛନ୍ତି। ରାଜୁ ଭାଇଙ୍କୁ ଦଳର ପ୍ରାର୍ଥୀ ବିଜୟୀ ହେଲେ ହିଁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳୀ ହେବ ବୋଲି କହିଥିଲେ। ଏହି ସଭାରେ ବିଜେଡି ର ବହୁ ତୁଙ୍ଗ ନେତୃମଣ୍ଡଳୀ ଉପସ୍ଥିତ ରହି କର୍ମୀ ଙ୍କୁ ଆହ୍ବାନ କରିଛନ୍ତି।ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସ୍ନିହଙ୍ଗିନି ଛୁରିଆ, ଟୁକୁନି ସାହୁ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ବର୍ଷା ସିଂ ବରିହା, ଲମ୍ବୋଦର ନିଆଲ ସାମିଲ ହୋଇଥିଲେ।
