ଲକ୍ଷ୍ମୀକାନ୍ତ ହେଲଥ କେୟାରର ତୃଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ ! ଧାରଣାରେ ବସିଲେ ରୋଗୀଙ୍କ ପରିବାର ତଥା ଅଂଚଳବାସୀ :
ବାଲେଶ୍ୱର ..ସ୍ଥାନୀୟ ଆଇଟିଆଇ ଛକ ଅଞ୍ଚଳରେ ଥିବା ଲକ୍ଷ୍ମୀକାନ୍ତ ହେଲଥ କେୟାରର ତୃଟିପୂର୍ଣ୍ଣ ଚିକିତ୍ସା ପାଇଁ ଅଭିଯୋଗ କରି ଆଜି ରୋଗୀଙ୍କ ପରିବାର ଲୋକଙ୍କ ସମେତ ଅଂଚଳର ବହୁ ସଂଖ୍ୟାରେ ଲୋକ ଧାରଣାରେ ବସିଥିବା ଲକ୍ଷ୍ୟ କରାଯାଇଥିଲା। ତେବେ ଅଭିଯୋଗକୁ ଭିତ୍ତି କରି ସ୍ଥାନୀୟ ପୋଲିସ ପ୍ରଶାସନ, ଧାରଣାରେ ବସିଥିବା ଆଞ୍ଚଳିକ ସୁରକ୍ଷା ମଞ୍ଚର ସଦସ୍ୟ ତଥା ହେଲଥ କେୟାରର କତୃପକ୍ଷଙ୍କ ଭିତରେ ଆଲୋଚନା ଜାରି ରହିଥିବା ବେଳେ, ରୋଗୀଙ୍କୁ ଅବହେଳା ତଥା ତୃଟିପୂର୍ଣ୍ଣ ଚିକିତ୍ସା କିଭଳି ଆଗକୁ ନ ହେବ ତାହା ଉପରେ ଗୁରୁତ୍ବ ଦେବାକୁ ସମସ୍ତେ ଦାବି କରିଥିଲେ, ଅନ୍ୟପଟେ ହେଲଥ କେୟାରର ଏଭଳି ଅଣଦେଖା ପରିସ୍ଥିତି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଥିବା ଶୁଣିବାକୁ ମିଳୁଛି।।।
ବାଲେଶ୍ୱରରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
