*ନୂଆପଡ଼ା ଜିଲ୍ଲା ରେ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ, ସରକାରଙ୍କ ଘୋଷଣା କେଜି ରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାଦାନ ବ୍ୟବସ୍ଥା, ଆଜି ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟାରେ ଛାତ୍ର ଛାତ୍ରୀଙ୍କ ଉତ୍ସାହ ସହ ଶିକ୍ଷାଗ୍ରହଣ ପାଇଁ ସାମିଲ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୯.୦୭.
ନୂଆପଡ଼ା ଜିଲ୍ଲା ରେ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ, ସରକାରଙ୍କ ଘୋଷଣା କେଜି ରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାଦାନ ବ୍ୟବସ୍ଥା, ଆଜି ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟାରେ ଛାତ୍ର ଛାତ୍ରୀଙ୍କ ଉତ୍ସାହ ସହ ଶିକ୍ଷାଗ୍ରହଣ ପାଇଁ ସାମିଲ ହୋଇଥିଲେ। ଏଣିକି ମାଗଣା ଶିକ୍ଷା ନାମଲେଖା ରେ କୌଣସି ଆର୍ଥିକ ରାଶି ଦେବାକୁ ପଡୁନାହିଁ। ତେଣୁ ବିଶେଷ କରି ଆର୍ଥିକ ସମସ୍ୟା ପାଇଁ ଅଧାରୁ ପାଠ ବନ୍ଦ କରୁଥିବା ବିଦ୍ୟାର୍ଥୀ ମଧ୍ୟ ନିଜ ଶିକ୍ଷା ପାଇଁ ଆଗେଇ ଆସୁଛନ୍ତି। ଜିଲ୍ଲାରେ ଗ୍ରାମାଞ୍ଚଳ, ଆଦିବାସୀ ଅନୁସୂଚିତ ଜାତି ଜନଜାତି, ପଛୁଆ ଓ ସର୍ବ ସାଧାରଣ ବର୍ଗସନ୍ତାନ ସନ୍ତତି ଶିକ୍ଷା ଏଣିକି ମାଗଣା। ମାଗଣା ରେ ଶିକ୍ଷା ଗ୍ରହଣ କରି ସଚ୍ଚୋଟ ନାଗରିକ ହେବାର କର୍ତ୍ତବ୍ୟ ସାଧନା କରିବାକୁ ସରକାରଙ୍କ ଆହ୍ୱାନ ଅଟେ । ଖଡ଼ିଆଳ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ପରିସର ମଧ୍ୟରେ ଅଧ୍ୟାପିକା ମାନେ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଅଧ୍ୟକ୍ଷା ସୁସ୍ମିତା ପ୍ରଭା ସାମଲ ମଧ୍ୟ ସରକାରଙ୍କ ନିଷ୍ପତ୍ତି ଆର୍ଥିକ ଅନଗ୍ରସର ପରିବାର ଙ୍କ ପାଇଁ ଏକ ସଂଜୀବନୀ ବୋଲି କହିଥିଲେ। ଅଧ୍ୟକ୍ଷା ରୁଦ୍ର ମାଧବ ବାରିକ ସ୍ୱାଗତ କରିଥିଲେ।
