*ଲଭ ପାଇବାକୁ ନେଇ ଅପରାଧ, ଦେଶୀ ବନ୍ଧୁକରେ ଫାଙ୍କା ଗୁଳିଚାଳନା , ଫାଇରିଙ୍ଗ ଘଟଣାରେ ୪ ଗିରଫ, ବନ୍ଧୁକ ଓ ଗୁଳି ଜବତକଲା କୋମନା ପୋଲିସ*
ନୂଆପଡା(ମିଖାଏଲ ନନ୍ଦ) ତା:୦୨.୦୯.
ନୂଆପଡ଼ା ଜିଲ୍ଲା କୋମନା ଥାନା ପଏର ଗାଁରେ ଗୁଳି ଚାଳନା ।ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାର l ଗତ ଜୁଲାଇ ୨୦ ତାରିଖ ସୋମବାର ଦିନ ସନ୍ଧ୍ୟାରେ ପଏର ଗାଁର କେମନ୍ତ ନାଗ ନିଜ ଘରେ ପରିବାର ସହ ଥିବା ବେଳେ ୪ ଜଣ ନିଶାସକ୍ତ ଯୁବକ ତାଙ୍କ ଘରକୁ ପଶି ଥିଲେ l କେମନ୍ତଙ୍କ ଛାତିରେ ପିଷ୍ଟଲ ରଖି ଜୀବନରେ ମାରି ଦେବାକୁ ଧମକ ଦେଇ ଥିଲେ l ପରେ ଦୁଇ ଜଣଙ୍କୁ ଛଡ଼ାଇ ଆସି ଥିବା କେମନ୍ତଙ୍କ କାକା ତ୍ରିଲୋଚନଙ୍କୁ ମଧ୍ୟ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ଓ ତାଙ୍କ ଛାତିରେ ପିଷ୍ଟଲ ରଖିଥିଲେ l ପରେ ଘର ବାହାରକୁ ଆସିଲେ ଓ ଏକ ଫାଙ୍କା ଗୁଳି ଚାଳନା କରିଥିଲେ l ଏହା ଏକ ପ୍ରେମ ବ୍ୟାପାରକୁ ନେଇ ଫାଙ୍କା ଗୁଳିଚାଳନା ହୋଇ ଥିବା ଅଭିଯୋଗ ହୋଇ ଥିଲା l ଜୀବନକୁ ଭୟ ଥିବାରୁ ଘଟଣାର ୨ ଦିନ ପରେ ୨୨ ତାରିଖ ସନ୍ଧ୍ୟାରେ କେମନ୍ତ ନାଗ କୋମନା ଥାନାରେ ଲିଖିତ ଅଭିଯୋଗ କରି ଥିଲେ l କୋମନା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଥିଲା l କୋମନା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଗୁଜୁରାଟର ଜାମନଗରରୁ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ପାଖରୁ ଗୋଟିଏ ପିଷ୍ଟଲ, ଗୋଟିଏ ଅଫୁଟା ଗୁଳି ଓ ଗୋଟିଏ ଖୋକା ଜବତ କରିଛନ୍ତି। ଅଭିଯୁକ୍ତମାନେ ହେଲେ ମନ ଶବର, ଆସିକ୍ ଶବର, ରମେଶ ଶବର ଓ ସୂରଜ କୈବର୍ତ୍ତ ବୋଲି କୋମନା ପୋଲିସ ପ୍ରକାଶ
