ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଜ୍ଜାପୀତ
—————-
ବନ୍ତ ବ୍ଲକ୍ (ନିପ୍ର) ଆଗରପଡ଼ା ପଚିଶି ଦିନ ଧରି ଜାରୀ ରହିଥିବା ଯୋଗ ପ୍ରଶିକ୍ଷଣ ଶିବିରର ସମାପନ ହୋଇଯାଇଛି । ଏହି ଶିବିରଟି ଜୁନ୍ ପନ୍ଦର ତାରିକ୍ ରେ ଆରମ୍ଭ ହୋଇ ଜୁଲାଇ ନଅ ତାରିକ୍ ପର୍ୟ୍ୟନ୍ତ ନିରନ୍ତର ଭାବେ ଜାରି ରହିଥିଲା। ଭଦ୍ରକ ଜିଲ୍ଲା ଭାରତ ସ୍ଵାଭିମାନ ସଂଯୋଜକ ଧରଣୀଧର କରଙ୍କ ସଂଯୋଜନାରେ ନାରେ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ୍ ଅନ୍ତର୍ଗତ ଆଗର ପଡ଼ା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପତଞ୍ଜଳି ଯୋଗ ସମିତି ତରଫରୁ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା ଆଗାମୀ ଦିନରେ ଗାଁ ଗାଁ ରେ ଯୋଗ ଶିକ୍ଷା ଦେବା ସହିତ ସଂସ୍କାର ବାନ୍ ଭାରତ୍ ଓ ବିଶ୍ୱଗୁରୁ ଭାରତ୍ ନିର୍ମାଣ ପତଞ୍ଜଳି ଯୋଗ ପୀଠର ସଂସ୍ଥାପକ ସ୍ୱାମୀ ରାମଦେବଜିଙ୍କର ଲକ୍ଷ୍ୟ ରହିଛି ସେଥି ପାଇଁ ଦେଶର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ୍ ମାନଙ୍କରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରା ଯାଉଛି। ଡାକ୍ତର ଖାନା ମନଙ୍କରେ ଯୋଗ ଶିକ୍ଷକ ନିଯୁକ୍ତି ଓ ଆଗାମୀ ଦିନରେ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରରେ ଯୋଗ ଶିକ୍ଷା ଦେବା ପାଇଁ ଲକ୍ଷ ରଖି ଥିବା ବେଳେ ଏହି ତାଲିମ୍ ପ୍ରାପ୍ତ ଶିକ୍ଷକ ମାନେ ସେହି କାର୍ଯ୍ୟ କରିବାକୁ ସମର୍ଥ ହେବେ । ଆଗର ପଡ଼ା ଠାରେ ଅନୁଷ୍ଠିତ ଶିବିରକୁ ଥାନା କଅଧିକାରି ରାଜେଶ୍ କୁମାର୍ ସେଠୀ ଉଦ୍ଘାଟନ କରିଥିଲେ । ସମାପନ ଦିବସରେ ଅତିଥି ଭାବେ ରାଜ୍ୟ ପତଞ୍ଜଳି ଯୋଗ ସମିତିର କିଷାନ୍ ପ୍ରଭାରୀ ସ୍ୱୟଂ ପ୍ରକାଶ ଦ୍ୟୁତକ ରଞ୍ଜନ ମହାପାତ୍ର ବରିଷ୍ଠ ନାଗରିକ ସଂଘର ସଭାପତି କୈଳାସ ଧଳ, ବରିଷ୍ଟ ସାମ୍ବାଦିକ ହେମନ୍ତ ସିଂହ , ସାମ୍ବାଦିକ ସୁଶାନ୍ତ ଦାସ, ସ୍ୱୟଂ ସେବକ ରାଜୀବ ଲୋଚନ ରାୟ, ଅଶୋକ କୁମାର ପରିଡ଼ା ପ୍ରମୁଖ ଉଜ୍ଜାପନରେ ଅତିଥୀ ଭାବେ ମଞ୍ଚାସିନ ଥିଲେ। ପଚିଶି ଦିନ ଧରି ଜାରୀ ରହିଥିବା ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ଭାରତ ସ୍ଵାଭିମାନ ସଂଯୋଜକ ତଥା ଯୋଗ ଗୁରୂ ଧରଣୀଧର କର , ରାଜ୍ଯ କାର୍ଯ୍ୟାଳୟ ପ୍ରଭାରୀ ସୂର୍ଯ୍ୟକାନ୍ତ ମାହାନ୍ତି , ଜିଲ୍ଲା ମହିଳା ପ୍ରଭାରୀ ଅର୍ପିତା ମାହାନ୍ତି, ସହ ମହିଳା ପ୍ରଭାରୀ ସସ୍ମିତା ଦାସ, ଯୋଗ ପ୍ରଚାରକ ସଞ୍ଜୟ ନାୟକ, ଜିଲ୍ଲା କିଷାନ୍ ପ୍ରଭାରୀ ସଞ୍ଜୀବ ନାୟକ, ତହସିଲ ପ୍ରଭାରି, କାଳନ୍ଦୀ ପାତ୍ର, ପର୍ଶୁରାମ ପୁହାଣ, ମଳୟ ରାଉଳ, ଆରତୀ ପାଣଗ୍ରାହୀ, ଆଶାରାଣୀ ମୁଦୁଲି, ବରିଷ୍ଟ ଯୋଗ ଶିକ୍ଷକ ବୃନ୍ଦାବନ ବେହେରା , ସଞ୍ଜୟ ପାଣିଗ୍ରାହୀ, ସଞ୍ଜୟ ନାୟକ ପ୍ରମୁଖ ଯୋଗ ଶିକ୍ଷା ପ୍ରଦାନ କରିଥିଲେ ଶିକ୍ଷାର୍ଥୀ ମାନେ ପଚୋସ୍ତରୀ ଘଣ୍ଟା ପ୍ରତ୍ୟକ୍ଷ ଏବଂ ପଚିଶି ଘଣ୍ଟା ଅନ୍ ଲାଇନ୍ ଶିକ୍ଷା ଗ୍ରହଣ କରିଥିଲେ ରାଜ୍ଯ ଭାରତ ସ୍ଵାଭିମାନ ସଂଯୋଜକ ସୁଧାଂଶୁ ଶେଖର ଅଧିକାରୀ, ସହ ପ୍ରଭାରୀ ଅକ୍ରୁର ମାର୍ଥା, ରାଜ୍ଯ ଯୋଗ ସମିତି ପ୍ରଭାରୀ ରାଧା ମାଧବ ବୈଧର , ଯୁବ ପ୍ରଭାରୀ ଅମୃତାଂଶୁ ପ୍ରଧାନ ପ୍ରମୁଖ ଅନ୍ ଲାଇନ୍ କ୍ଲାସ୍ ରେ ଯୋଗ ଦର୍ଶନ, ଶରୀର ବିଜ୍ଞାନ, ଆୟୁରବେଦ, ସ୍ୱଦେଶୀ , ଗୀତ ଜ୍ଞାନ ଓ ଜୀବନ ଦର୍ଶନ ବିଷୟର ଶିକ୍ଷା ପ୍ରଦାନ କରିଥିଲେ । ଉକ୍ତ ଶିବିରକୁ ଜିଲ୍ଲା ସାମାଜିକ ଗଣ ମାଧ୍ୟମ ପ୍ରଭାରି ଶ୍ରୀବତ୍ସ କର, ଗଦାଧର ଦାସ,ପ୍ରଭାସ ରାଉତ୍, ଚନ୍ଦ୍ର ଶେଖର କର, ପ୍ରଜ୍ଞାବାନ୍ କୁଣ୍ଡୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ
