ଟିକରପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ମିନତୀ ମଲ୍ଲିକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ବନ୍ତ :ବନ୍ତ ବ୍ଲକ (ନିପ୍ର) ରାମକୃଷ୍ଣପୁର ପଞ୍ଚାୟତ ବାଲୁଙ୍କେଶ୍ୱର ଆଞ୍ଚଳିକ ସାଧନକେନ୍ଦ୍ର ଅଧିନସ୍ତ ଟିକରପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଭାବପୂର୍ଣ୍ଣ ପରିବେଶରେ ପ୍ରଧାନଶିକ୍ଷୟତ୍ରୀ ମିନତୀ ମଲ୍ଲିକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ସମରେନ୍ଦ୍ର ନାୟକଙ୍କ ତତ୍ତ୍ଵାବଧାନରେ ଶିକ୍ଷକ ନରେନ୍ଦ୍ର କୁମାର ସାହୁଙ୍କ ମଞ୍ଚସଂଚଳନରେ ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ରାଉତ୍ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ, ମୁଖ୍ୟଅତିଥି ସରପଞ୍ଚ ହୀରେନ୍ଦ୍ର ଖିଲାର, ମୁଖ୍ୟବକ୍ତା ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ସୁକାନ୍ତ କୁମାର ବେହେରା, ସମ୍ମାନୀତ ଅତିଥି ଶିକ୍ଷାବିତ୍ ଉର୍ମିଳା ପଣ୍ଡା, ଗଗନ ବିହାରୀ ଦାଶ, ସମାଜସେବୀ ଦୀନବନ୍ଧୁ ସାହୁ, ପ୍ରାକ୍ତନ ପରିଚାଳନା କମିଟି ସଭାପତି ନବ କିଶୋର ବଳ, ବାଲୁଙ୍କେଶ୍ୱର ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନିରୁଦ୍ଧ ମଙ୍ଗଳ, ଶିକ୍ଷକ ପର୍ଶୁରାମ ନାୟକ, କୁଣ୍ଡୁଳା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ କୁମାର ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଶୀଳ କୁମାର ଜେନା, ସନାତନ ଜେନା, ସମାଜସେବୀ ବଙ୍କିମ ସେଠୀ , ପ୍ରାକ୍ତନ ସରପଞ୍ଚ ମନୋଜ ବିଶ୍ଵାଳ , ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରତିକାନ୍ତ ମଲ୍ଲିକ, ଆନନ୍ଦ ଚନ୍ଦ୍ର ସାହୁ, ମନୋରଞ୍ଜନ ମଲ୍ଲିକ, ଦେବବ୍ରତ ପାଢ଼ୀ, ଦିବାକର ଭଞ୍ଜ, ଶାନ୍ତି ଲତା ଦାସ, ରଞ୍ଜନ କୁମାର ମୁଣ୍ଡା ,ପ୍ରମୁଖ ଅତିଥି ଯୋଗ ଦେଇ ପ୍ରଧାନଶିକ୍ଷୟତ୍ରୀ ମିନତୀ ମଲ୍ଲିକଙ୍କ ଶିକ୍ଷାଦାନ ଶୈଳୀ, ଛାତ୍ରବତ୍ସଳତା ଏବଂ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କର ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ। ବିଦ୍ୟାଳୟର ସୁନାମ ତଥା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିବାରେ ତାଙ୍କର ଭୂମିକା ଅତୁଳନୀୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଟିକରାପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ମିନତୀ ମଲ୍ଲିକ ଦୀର୍ଘ ବର୍ଷର ସଫଳ ଶିକ୍ଷକତା ପରେ ଚାକିରିରୁ ଅବସର ଗ୍ରହଣ କରିଥିବାରୁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସ୍ଥାନୀୟ ଅଭିଭାବକଙ୍କ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରାରମ୍ଭରେ ଅତିଥି ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅତିଥି ପରିଚୟ ଶିକ୍ଷକ ପ୍ରକାଶ ଚନ୍ଦ୍ର ଜେନା, ଟିକରାପଡା ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ପାତ୍ର ଧନ୍ୟବାଦ୍ ଅର୍ପଣ ପ୍ରଦାନ କରିଥିଲେ।ଆୟୋଜିତ ଏହି ସଭାରେ ବିଦ୍ୟାଳୟ ପରିଚାଳନା କମିଟି ର କର୍ମକର୍ତ୍ତା, ଛାତ୍ର ଛାତ୍ରୀ ଏବଂ ଗ୍ରାମବାସୀ ପ୍ରମୁଖ ଯୋଗ ଦେଇଥିଲେ। ।ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ପୁଷ୍ପଗୁଛ , ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦାୟ ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀମତୀ ମଲ୍ଲିକ ନିଜ ଚାକିରି ଜୀବନର ଅନୁଭୂତି ବାଣ୍ଟିବା ସହ ବିଦ୍ୟାଳୟର ସମସ୍ତ ସହଯୋଗୀ ଓ ଗ୍ରାମବାସୀଙ୍କୁ କୃତଜ୍ଞତା ଜଣାଇଥିଲେ। ଶେଷରେ ଉପସ୍ଥିତ ଅତିଥି ତାଙ୍କର ସୁସ୍ଥ ଓ ନିରାମୟ ଦୀର୍ଘ ଜୀବନ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶିକ୍ଷୟତ୍ରୀଙ୍କୁ ଭାବପୂର୍ଣ୍ଣ ବିଦାୟ ଦେଇଥିଲେ। ପରେ ସୁସଜ୍ଜିତ ଗାଡ଼ିରେ ଗ୍ରାମ ପରିକ୍ରମା କରାଯାଇଥିଲା।
