
ବେତାଗୁଡ଼ା ଅଞ୍ଚଳ ରେ ଆଲୋକିକରଣ ଶୁଭାରମ୍ଭ କଲେ ବିଧାୟକ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବେତଗୁଡ଼ା ଅଞ୍ଚଳ ରେ ଅଲୋକିକରଣ ର ଶୁଭ ଉଦଘାଟନ କଲେ ବିଧାୟକ ରୁପେଶ ପାଣିଗ୍ରାହୀ , ଏହି ଅଞ୍ଚଳ ପାରଳା ସହର କୁ ଲାଗି ରହିଛି ଅନେକ ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡ଼ିକ ରହିଛି ,ଏହି ଅଞ୍ଚଳ ରେ ହଜାର ହଜାର ଲୋକ ବସବାସ କରନ୍ତି, ଏହି ଅଞ୍ଚଳ ସମ୍ପୂର୍ଣ ଅନ୍ଧାର ହୋଇ ରହୁଥିଲା, ସ୍ଥାନୀୟ ଲୋକେ କିଛିଦିନ ହେବ ବିଧାୟକ ଙ୍କୁ ଅବଗତ କରିଥିଲେ ,ଆଜି ଏହି ଅଞ୍ଚଳ ରେ ଆଲିକିକରଣ ବ୍ୟବସ୍ଥା ହୋଇଥିବାରୁ ବିଧାୟକ ରୂପେସ ପାଣିଗ୍ରାହୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି , ଏହି ଉଦଘାଟନୀ ଉତ୍ସବରେ ବିଧାୟକ ସମେତ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଥି, କାର୍ଯ୍ୟନିର୍ବାହୀ ଅଧିକାରୀ ମୁର୍ମୁ, ସମସ୍ତ ଯନ୍ତ୍ରୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
