Skip to content
- ଭଦ୍ରକ…ଏହି ଜିଲ୍ଲା କାର୍ଯ୍ୟାଳୟ ର ସଦଭାବନା ସଭାଗୃହ ରେ ୪୨ ତମ ଜିଲ୍ଲା ସଡ଼କ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ଜିଲ୍ଲା ରେ ସଡକ ସୁରକ୍ଷା ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଇଥିଲା। ଜିଲ୍ଲା ର ମୁଖ୍ୟ ଦୁର୍ଘଟଣା ସ୍ଥଳ ପାଲଟି ଥିବା ଜାତୀୟ ରାଜପଥ ରେ ବିଷ୍ଣୁପୁର ଛକ ଠାରେ ନିର୍ମାଣ।ଧିନ ଭି.ୟୁ.ପି. ର ନିର୍ମାଣ କାର୍ଯ୍ୟ ଅପ୍ରେଲ ୩୦ ତାରିଖ ସୁଦ୍ଧା ଏବଂ ତ୍ରିଶଳପୁର୍ ଠାରେ ନିର୍ମାଣାଧୀନ ଭି.ୟୁ.ପି. ର ନିର୍ମାଣ କାର୍ଯ୍ୟ ଜୁଲାଇ ୩୧ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବା ପାଇଁ ପ୍ରୋଜେକ୍ଟ ଡାଇରେକ୍ଟର, ଏନ . ଏଚ. ଏ. ଆଇ. ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏତଦବ୍ୟତୀତ ଚରମ୍ପା ସର୍ଭିସ୍ ରୋଡ କଡ ରେ ଅସମ୍ପୂର୍ଣ୍ଣ ଡ୍ରେନେଜ୍ କାର୍ଯ୍ୟ କୁ ସମ୍ପୂର୍ଣ୍ଣ କରିବା ଏବଂ ଜାତୀୟ ରାଜପଥ ଉପରେ ବେଆଇନ ପାର୍କିଂ ଉପରେ କାର୍ଯ୍ୟାନୁଷ୍ଠାନ ନେବା, ଆରଡ଼ି ଛକ ରାସ୍ତା ରେ ଜଳ ଜମିବା ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ଗଠିତ ସବ୍ କମିଟି ଜରିଆରେ ପରୀକ୍ଷଣ କରାଯିବା ପରି ଅନେକ ବିଷୟ ରେ ଆଲୋଚନା ହୋଇଥିଲା। ଉକ୍ତ ବୈଠକ ରେ ଉପଜିଲ୍ଲାପାଳ ସୌରଭ କୁମାର ଚକ୍ରବର୍ତ୍ତୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୂପ ଅଭିଷେକ ବେହେରା, ଆଞ୍ଚଳିକ ପରିବହନ ଅଧିକାରୀ ରାମ ନିବାସ ସିରିକା, ମୋଟର ଯାନ ନିରୀକ୍ଷକ ବାମଦେବ ସାହୁ, ସହକାରୀ ପରିବହନ ଅଧିକାରୀ ଶ୍ରୀକାନ୍ତ ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ଭଦ୍ରକ ମ୍ୟୁନିସିପାଲଟି ତପନ କୁମାର ସାମଲ, ସଡ଼କ ସୁରକ୍ଷା ଅଧିକାରୀ ସେକ ଅବଦୁଲ ରହିମ, ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଜି. ଭି. ବର୍ମା, କମିଟି ସଦସ୍ୟ ରୋଟlରିଆନ ଅତିସ ବେହେରା, ପତ୍ରକାର ରବି ନାରାୟଣ ଖିଲାର , ବସ ସିଣ୍ଡିକେଟ ର ସଭାପତି ଶ୍ରୀନିବାସ ପତି ପ୍ରମୁଖ ଉପସ୍ଥିତ ଥିଲେ।