
ଯୁ
ବାଲେଶ୍ୱର….. ସୋର ଥାନା ୮ ନମ୍ବର ୱାର୍ଡ଼ ଲିଙ୍ଗପଡା ଗ୍ରାମର ସୋମବାର ସକାଳୁ ଏକ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି। ଘଟଣା ରୁ ପ୍ରକାଶ ସୋମବାର ସକାଳୁ ପ୍ରେମ ରେ ବିଫଳ ହେବାରୁ ଜଲ୍ଲାଦ ପ୍ରେମିକ ବିଶ୍ବରଞ୍ଜନ ପୁହାଣ , ପ୍ରେମିକା ଜ୍ୟୋତିର୍ମୟୀ ରଣା ଙ୍କ ଘରେ କେହି ନ ଥିବାର ସୋଯଗ ନେଇ ତାଙ୍କ ଘରେ ପଶି ଗଳା କାଟି ହତ୍ୟା କରିଛି । ଝିଅ ର ପାଟି ଶୁଣି ଘର ଲୋକ ଆଶି ଦେଖିଥିଲେ କି ଝିଅ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଉଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡୁଛି କି କିଛି ଦିନ ପୂର୍ବରୁ ବିଶ୍ବରଞ୍ଜନ ପ୍ରେମ ନିବେଦନ ପରେ ବିଫଳ ହେବାରୁ ଏମିତି କାଣ୍ଡ ସେ ଭିୟାଇଛି। ଦୁହେଁ ବିଶ୍ବରଞ୍ଜନ ଏବଂ ଜ୍ୟୋତିର୍ମୟୀ ସୋର କଲେଜ୍ ପଢି ବେଙ୍ଗାଲୁରୁ ରେ ଚାକିରି କରୁଥିଲେ। ସେଠି ମଧ୍ୟ ଏମିତି ହଇରାଣ କରୁଥିଲା ବିଶ୍ବରଞ୍ଜନ। ଏନେଇ ଦୁଇ ଦିନ ତଳେ ଜ୍ୟୋତି ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ତଦନ୍ତ କରିବା ଆଗରୁ ଜ୍ୟୋତି କୁ ଚିରନିଦ୍ରା ସୋୟାଇ ଦେଇଛି ବିଶ୍ବରଞ୍ଜନ। ସୋର ଡାକ୍ତରଖାନା ରେ ପୋଲିସ୍ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ହୋଇ ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ସୋର ପୋଲିସ୍।