
- ♦♦
ଭୁବନେଶ୍ୱର:- ♠- କାର୍ଯ୍ୟ କରିବା ପାଇଁ ଓମାନ ରେ ଫଶିଥିବା ଗଂଜାମ ର ୪ ପ୍ରବାସୀ ଯୁବକ ଘରକୁ ଫେରିଛନ୍ତି। ରୋଜଗାର ଉଦ୍ଦେଶ୍ୟରେ, ଏମାନେ ଓମାନ ଯାଇଥିଲେ । ହେଲେ ସେଠାରେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥିଲା ! ଟଙ୍କା ତ ଦୂରର କଥା, ଖାଦ୍ୟ ଖାଇବାକୁ ମଧ୍ୟ ସେଠାରେ ତାଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ଭୁଖିନ ହେବାକୁ ପଡ଼ିଥିଲା ।
ପ୍ରବାସୀ ଓଡିଆଙ୍କ ଭିଡିଓ ବାର୍ତ୍ତା ମାଧ୍ୟମରେ ନିଜର ସ୍ଵଦେଶକୁ / ଗ୍ରାମକୁ ଫେରିବାକୁ ଅନୁରୋଧ କରି ଥିଲେ ଏହି ଯୁବକ ମାନେ । ପରିଶେଷରେ କେନ୍ଦ୍ର ଓ ରାଜ୍ୟ ସରକାର, ଭାରତୀୟ ରାଜଦୂତ, ଓମାନ୍ ଦେଶର ଉଦ୍ୟମ ଯୋଗେ ଏହି ଚାରି ଯୁବକ ନିଜ ଗ୍ରାମକୁ ପ୍ରତ୍ୟା ବର୍ତନ୍ କରିଛନ୍ତି ।
ଏହି ଚାରି ଯୁବକ ହେଉଛନ୍ତି, ଗଞ୍ଜାମ ବ୍ଲକ୍ ତାରିଣୀ ପଲ୍ଲୀ ଗ୍ରାମର ବସନ୍ତ କୁମାର ସେଠୀ, ସାନଖେମୁଣ୍ଡି ବ୍ଲକ୍ ପଥର ପୁଞ୍ଜ ଗ୍ରାମର ସାଗର ସ୍ଵାଇଁ, ଯୁଗଳ କିଶୋର ପ୍ରଧାନ ଓ ପୋଲାସରା ବ୍ଲକ୍ ହାତୀପଦପଲ୍ଲି ଗାଁ ର ବସନ୍ତ କୁମାର ପ୍ରଧାନ । ସୁଚନା ଅନୁଯାୟୀ, ୫ ମାସ ତଳେ ବିଶାଖାପାଟଣା ଏକ ଏଜେନ୍ସି ଦ୍ଵାରା ପ୍ରତି ଯୁବକ କୁ ବାବଦକୁ ୮୦ ହଜାର ଟଙ୍କା ଲେଖାଏଁ ମଧ୍ୟ ନେଇ ଥିଲେ । ଆଉ ଓମାନ ଗଲେ ମାସକୁ ୪୫ ହଜାର ରୁ ୫୦ ହଜାର ଟଙ୍କା ମିଳିବ ଆସ ଦେଇଥିଲେ । ହେଲେ ସେଠାକୁ ଯାଇ ଦୁଇ ମାସ କାମ କରିବା ପରେ ଗୋଟିଏ ମାସର ଦରମା ମିଳିଥିଲା । ପରବର୍ତ୍ତୀ ସମୟରେ ଆଉ ଦରମା ଦେଲେ ନାହିଁ । ଦରମା ମାଗିବାରୁ ସେମାନଙ୍କୁ କାର୍ଯ୍ୟ ରୁ ବାହାରକରି ଦେବ ନେଇ ଧମକ ଦେବା ସହ କମ୍ପାନୀ ପାସପୋର୍ଟ ଛଡ଼ାଇ ନେଇଥିବା ବୋଲି ଅଭିଯୋଗ କରି ଥିଲେ ଯୁବକ ମାନେ । ଖାଲି ସେତିକି ନୁହେଁ, ତାଙ୍କ ନ ଥିବାରୁ ଭୋକ ଉପାସରେ ମଧ୍ୟ ଦିନ କାଟିବାକୁ ପଡ଼ିଥିଲା । ଶେଷରେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବାପରେ, ବସନ୍ତ ଙ୍କ ମା ଶ୍ରୀମତୀ ଇନ୍ଦିରା ସେଠୀ ଜିଲ୍ଲା ପ୍ରଶାସକ ନିକଟରେ ଦ୍ୱାରସ୍ଥ ହୋଇ ଥିଲେ ।
ସେପଟେ ଏହି ଘଟଣା ନଜରକୁ ଆସିବାପରେ ପୂର୍ବତନ ଉପବାଚସ୍ପତି ଶ୍ରିଯୁକ୍ତ ରାମଚନ୍ଦ୍ର ପଣ୍ଡା, ଜିଲ୍ଲା ପ୍ରଶାସନ, ଶ୍ରମ ବିଭାଗ ଙ୍କ ଦୃଷ୍ଟି ଆକର୍ଷଣ କରି ପତ୍ର ଲେଖି ଥିଲେ । ଛତ୍ରପୁର ବିଧାୟକ ମଧ୍ୟ ଘଟଣାରେ ହସ୍ତକ୍ଷେପ କରି ରାଜ୍ୟ ସରକାର ଓ କେନ୍ଦ୍ର ସରକାର୍ କୁ ଦୃଷ୍ଟି ଆକଷ୍ରଣ କରିବା ପରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର୍ ତ୍ୱରିତ୍ର ପଦକ୍ଷେପ ଗ୍ରହଣ କରି ଥିଲେ ।
ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ ବ୍ୟେଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଓମାନ ରେ ଥିବା ଭାରତୀୟ ଦୂତାବାସ କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି ।
ସମସ୍ତ ପ୍ରଚେଷ୍ଟା ପରେ ୪ ଜଣ ପ୍ରବାସୀ ଓଡ଼ିଆ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ମୁମ୍ବାଇ ରେ ପହଞ୍ଚି ଥିଲେ। ମୁମ୍ବାଇ ରୁ ଭୁବନେଶ୍ୱର ପହଞ୍ଚି ଟ୍ରେନ୍ ଯୋଗେ ବ୍ରହ୍ମପୁରରେ ପହଞ୍ଚି ନିଜ ଗ୍ରାମକୁ ସୁରକ୍ଷିତ ରେ ପହଂଚିଛନ୍ତି।
ଏହି ପରିପ୍ରେକ୍ଷୀରେ, ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଆଶ୍ରିବାଦ୍ ରୁ ସମାଜସେବୀ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ – (ସଭାପତି -ଭାରତୀୟ ପ୍ରବାସୀ ପରିଷଦ ଓଡ଼ିଶା ୱିଙ୍ଗ୍ – କୁଏତ, ୱାର୍ଲ୍ଡ୍ ଓଡ଼ିଶା ସୋସାଇଟି – କୁଏତ, ସଭାପତି – ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ, ଇଣ୍ଡିଆନ୍ କମ୍ୟୁନିଟି ଅଫ୍ ପୋଲିସ୍ / ଆଜାଦ୍ ଠେଙ୍ଗା ବାହିନୀ, ଅଧ୍ୟକ୍-ୱାର୍ଲ୍ଡ୍ କମ୍ୟୁନିଟି କାଉନସିଲ୍ – ଗଲ୍ଫ ଦେଶ, ଭାରତ ସେବା ଦର୍ଶନ ର ପ୍ରତିଷ୍ଠାତା) ସଙ୍ଗ ତରଫରୁ ୪ ପ୍ରବାସୀ ଶ୍ରମିକ ତୁରନ୍ତ ନିଜ ଗ୍ରାମ କୁ ସୁରକ୍ଷିତ ଫେରିଥିବାରୁ, ଓଡ଼ିଶା ସରକାର୍, ଭାରତ ସରକାର ଙ୍କୁ ଓ ଭାରତୀୟ ଦୂତାବାସ ଓମାନର ରାଜଦୂତ, ପୂର୍ବତନ ଉପବାଚସ୍ପତି ଶ୍ରିଯୁକ୍ତ ରାମଚନ୍ଦ୍ର ପଣ୍ଡା, ଜିଲ୍ଲା ପ୍ରଶାସନ, ଶ୍ରମ ବିଭାଗ ଓ ସମସ୍ତ ମେଡିଆ ପ୍ରତିନିଧି ଙ୍କୁ ସମାଜସେବୀ ବିଶ୍ଵ ରଞ୍ଜନ ନିଜର ଧନ୍ୟବାଦ୍ ପ୍ରଦାନ କରିଛନ୍ତି ।