ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ବଜାର ଷ୍ଟେସନ ର ଅନତୀ ଦୂରରେ ଥିବା ଦକ୍ଷିଣ କେବିନ୍ ନିକଟରେ ଏକ ସୁପରଫାଷ୍ଟ ଟ୍ରେନ ଦୁର୍ଘଟଣା ଘଟିଛି। ନ୍ୟୁ ଜଳପାଲଗୁଡି ରୁ ଚେନ୍ନାଇ ଅଭିମୁଖେ ଯାଉଥିବା ଏହି ସୁପରଫାଷ୍ଟ ଟ୍ରେନ ର ଲୋକ-ପାଇଲଟ୍ ବଗିରେ ଥିବା ବ୍ୟାଟେରୀ ପ୍ୟାନେଲ ତଳକୁ ଖସି ପଡିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖବର ପାଇବା ପରେ ସୋର ପୋଲିସ୍ ପ୍ରଶାସନ ଓ ବାଲେଶ୍ଵର ଏବଂ ଭଦ୍ରକ ରେଲୱେ ବରିଷ୍ଠ ଅଧିକାରୀ ଙ୍କ ସହ ଟେକ୍ନିସିୟାନ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନଥିବା ସୂଚନା ମିଳିଛି। ମରାମତି କାର୍ଯ୍ୟ କ୍ରମ ବର୍ତ୍ତମାନ ଚାଲିଥିବା ବେଳେ ବରିଷ୍ଠ ଅଧିକାରୀ କହିଛନ୍ତି ମରାମତି କାର୍ଯ୍ୟ ଶେଷ ହେବା ପରେ ଟ୍ରେନ ଚଳାଚଳ ଆରମ୍ଭ ହେବ। ଅଧିକାରୀ ମାନେ ଆହୁରି ମଧ୍ୟ କହିଛନ୍ତି ଦରକାର ପଡିଲେ କିଛି ଟ୍ରେନ ର ଗତିପଥ ପରିବର୍ତ୍ତନ କରାଯାଇ ପାରେ।
