ଭାରତ – ୱଷ୍ଟଇଣ୍ଡିଜ ଟ୍ରେଷ୍ଟ: ଭାରତ ଇଁନିସ୍ ୧୪୦ ରନ୍ ରେ ବିଜୟ।
ଅହମଦାବାଦ: ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଟେଷ୍ଟ ମ୍ୟାଚ ଅଢ଼େଇ ଦିନ ରେ ଶେଷ ହୋଇଛି। ୱଷ୍ଟଇଣ୍ଡିଜ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତୀୟ ବୋଲର ଙ୍କ ଆଗରେ ତିଷ୍ଠି ପାରି ନଥିଲେ। ୱଷ୍ଟଇଣ୍ଡିଜ ୧୬୨ ରନ୍ ରେ ଅଲ୍ ଆଉଟ୍ ହୋଇଯାଇଥିଲେ। ଭାରତୀୟ ବୋଲର ମହମ୍ମଦ ସିରାଜ ୪୦ ରନ୍ ଦେଇ ୪ ଟି ୱିକେଟ୍ ନେଇଥିବା ବେଳେ ବୁମରା ୪୨ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୁଲଦୀପ ଯାଦବ ୨ଟି ୱାଶିଂଟନ ସୁନ୍ଦର ୧ ଟି ୱିକେଟ୍ ନେଇଥିଲେ। ୱଷ୍ଟଇଣ୍ଡିଜ ପକ୍ଷରୁ ଗ୍ରିବିସ ସର୍ବାଧିକ ୩୨ ରନ୍ ସଂଗ୍ରହ କରିଥିଲା,କାମ୍ପବିଲ ୮, ଚନ୍ଦ୍ର ପାଳ ୦, ଆର୍ଥାନଜି ୧୨, କିଙ୍ଗ ୧୩, ଚେସ୍ ୨୪, ହୋପ୍ ୨୬ , ପିର୍ ୧୧ , ୱାର କନ୍୮, ଲେନ୍ ୧, ସିଲ୍ସ ୬ ରନ୍ ସଂଗ୍ରହ କରିଥିଲେ।
ଭାରତ ବ୍ୟାଟିଂ କରି ୪୪୮/୫ ୱିକେଟ୍ ହରାଇ ନିଜର ପ୍ରଥମ ଇଁନିସ୍ ଘୋଷଣା କରିଥିଲେ। ଭାରତ ତରଫରୁ ୟଶୱଲ ୩୬, କେ ଲ୍ ରାହୁଲ ୧୦୦, ସାଇ ସୁଦର୍ଶନ ୭, ଗିଲ ୫୦, ଧ୍ରୃବ ଜୁରେଲ ୧୨୫ ରନ୍ ସଂଗ୍ରହ କରିଥିବା ବେଳେ ରବିନ୍ଦ୍ର ଜାଡେଜା ୧୦୪ ରନ୍ ଓ ୱାଶିଂଟନ ସୁନ୍ଦର ୯ ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ। ୱେଷ୍ଟଇଣ୍ଡିଜ ଦ୍ଵିତୀୟ ଇଁନିସ୍ ରେ ୧୪୬ ରନ୍ ସଂଗ୍ରହ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଦ୍ଵିତୀୟ ଇଁନିସ୍ ରେ ଜାଡେଜା ୪ଟି, ସିରାଜ୍ ୩ଟି, କୁଲଦୀପ ଯାଦବ ୨ଟି, ସୁନ୍ଦର ୧ଟି ୱିକେଟ୍ ନେଇଥିଲେ। ରବିନ୍ଦ୍ର ଜାଡେଜା ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ।
