ଫୋଗୁ ମେମ୍ବରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଯାପିତ
କୋଇଡା (ସଞ୍ଜୟ ବେହେରା)ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଡେଙ୍ଗୁଳା ପଞ୍ଚାୟତ ଅଧୀନରେ ଥିବା ବନ୍ଦଲ ଗ୍ରାମର ଖେଳ ପଡିଆରେ ସାତ ବାର୍ଷିକ ଫୋଗୁ ମେମ୍ବରିଆଲ ଉଯାପିତ ହୋଇଯାଇଛି,ଏହି ଖେଳରେ ୩୨ଗୋଟି ଟିମ ଭାଗ ନେଇଥିଲେ,ଉଯାପିତ ଦିବସରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ( ଖୋ )ଅଶକ କୁମାର ନାଏକ, ସଂମ୍ମାନିତ ଅତିଥିଭାବେ କୋଇଡା ଦେବାଶିଷ ସେନାପତି , ସିଏସାର ,ସମାଜ ସେବୀ ସୁଦର୍ଶନ ପାତ୍ର,ପୂର୍ବତନ ସରପଞ୍ଚ ଚନ୍ଦ୍ର ମଣି ନାଏକ,ଗୁରା ମୁଣ୍ଡା,ଈଶ୍ୱର ନାଏକ ସୁଖନାଥ ନାଏକ, ପହଂଚିବା ପରେ ସନାତନ ସ୍ପଟିଙ୍ଗ କ୍ଳବର ସମସ୍ତ ମେମ୍ବର ଅତିଥି ମାନଙ୍କୁ ପଛୁଡ଼ି ଆଣିଥିଲେ ଓ ଅତିଥିମାନେ ଫୋଗୁନାଏକଙ୍କ ପ୍ରତିମୂର୍ତ୍ତି କୁ ପୁଷ୍ପାଞ୍ଜଳି ଦେଇ ଖେଳାଳି ମାନଙ୍କୁ ଭାଇଚାରା ବଜାଇ ରଖିବାକୁ ଅଭିଭାଷଣ ଦେବାପରେ ଖେଳ ଆରମ୍ବ ହୋଇଥିଲା ଏଥିରେ ଅଠେଇଷି ଟିମ୍ କୁ ପରାସ୍ତ କରି ଚାର ଗୋଟି ଟିମ୍ ସେମିଫାଇନାଲ କୁ ବିବେଜିତା ହୋଇଥିଲେ ଦୁଇ ଗୋଟି ଟିମ୍ ଫାଇନାଲ କୁ ଫୋହଂଚିଥିଲେ ସଂଜିପ ଏଣ୍ଡ ସୁଜିତ ବ୍ରଦର୍ସ ଓ କୁସୁମ ଡ଼ିହି ଏଥିରୁ କୁସୁମ ଡ଼ିହି କୁ ୧/୦ଗୋଲ ରେ ପରସ୍ତ କରି ସଂଜୀପ ଏଣ୍ଡ ସୁଜିତ ବଦର୍ଶ ବିଜୟ ହୋଇଥିଲା ,ସର୍ବ ଶେଷରେ ଅତିଥି ମାନଙ୍କ ହସ୍ତରେ ବିଜେତା ଦଳକୁ ପ୍ରଥମ ପୁରସ୍କାର ବଡ଼ ଖାସୀ ସହିତ ଟ୍ରଫି ପାଞ୍ଚ ହଜାର ନଗଦ ପୁରସ୍କାର ଉପବିଜେତା ଦଳକୁ ବଡ଼ ଖାସୀ ସହିତ ଟ୍ରଫି ତିନି ହଜାର ନଗଦ ପୁରସ୍କାର ତୃତୀୟ ଦଳକୁ ଛଟ ଖାସୀ ସହିତ ଟ୍ରଫି ଦୁଇ ହଜାର ନଗଦ ପୁରସ୍କାର ଚତୁର୍ଥ ଦଳକୁ ଛଟ ଖାସୀ ସହିତ ଟ୍ରଫି ଦୁଇ ହଜାର ନଗଦ ପୁରସ୍କାର ପଞ୍ଚମ, ଷଷ୍ଠ,ସସ୍ତମ, ଓ ଅଷ୍ଟମ ଦଳକୁ ଖାଲି ଖାସୀ ପ୍ରଦାନ କରାଯାଥିଲା ଓ ପଡିଆର ଚାରିପାସ୍ୱ ପାଞ୍ଚ ହଜାର ରୁ ଅଧିକ ଖେଳ ପ୍ରେମୀ ଖେଳକୁ ଉପଭୋଗ କରିଥିଲେ ଆଠ ଗୋଟି ପୁରସ୍କାର କୁ ଖେଳ ପ୍ରେମୀ ଦେଖି ସନାତନ ସ୍ପଟିଙ୍ଗ କ୍ଲବ ବନ୍ଦଲ କୁ ପ୍ରଶଂସା କରିଥିଲେ ଓ ଅଶେଷ ଅଶେଷ ଧନ୍ୟବାଦ ଜଣେଇଥିଲେ
ସୁନ୍ଦରଗଡ ଜିଲ୍ଲା କୋଇଡା ରୁ ସଞ୍ଜୟ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
