ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସାଳୟ ରେ ବିଶ୍ୱ ଜଳlନ୍ତକ ଦିବସ ଅନୁଷ୍ଠିତ
ରବିବାର ଦିନ ଜିଲ୍ଲା ମସ୍ୟ ଓ ପ୍ରାଣୀ ବିଭାଗ ଓଡିଶା ସରକାର ଙ୍କ ଆନୁକୂଲ୍ୟରେ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ, କେନ୍ଦୁଝର ଠାରେ ବିଶ୍ୱ ଜଳlନ୍ତକ ଦିବସ -୨୦୨୫ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଚଦ୍ରଶେଖର ରଥ ଅଧ୍ୟକ୍ଷତା କରିଥିଲେ l ସେ କହିଲେ ” ମୁଁ, ଆମେ ଓ ସମାଜ ର ବିଭିନ୍ନ ବର୍ଗର ବ୍ୟକ୍ତି ” ସମସ୍ତେ ଏକାଠି ହେଲେ ୨୦୩୦ ବେଳକୁ ଜଳାନ୍ତକ ରୋଗ ସମ୍ପୂର୍ଣ ନିରାକରଣ ହୋଇପାରିବ l ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୁରୁଷୋତ୍ତମ ମହାନ୍ତ ସମ୍ମlନୀୟ ଅଥିତି ଭାବେ ଯୋଗଦେଇ କହିଲେ ଜଳାନ୍ତକ ରୋଗ ଏକ ଭୁତାଣୁ ଜନିତ ରୋଗ l ଗୋଧିଆ, ମାଙ୍କଡ଼, ବିଲୁଆ, ବିଲେଇ, କୁକୁର, ଓ ବୁଲା ଷଣ୍ଢ ମାନେ ଜଳାନ୍ତକ ରୋଗର ଭୁତାଣୁ ବାହକ ହୋଇଥାନ୍ତି l ସେମାନଙ୍କର ଦାନ୍ତ ଓ ନଖ ଦ୍ୱାରା ମଣିଷ ଦେହରେ ଖଣ୍ଡିଆ ହେଲେ ତୁରନ୍ତ ସାବୁନ ପାଣିରେ ଧୋଇବା ଓ ଆଣ୍ଟିବଡି ଇଞ୍ଜେକ୍ସନ ନେବା ଆବଶ୍ୟକ l ମଣିଷକୁ ଜଳାନ୍ତକ ରୋଗ ହେଲେ ମୃତ୍ୟୁ ନିଶ୍ଚିତ l ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଅଶୋକ କୁମାର ସାହୁ ଏଥି ଭାବେ ଯୋଗଦେଇ କହିଲେ ଜଳାନ୍ତକ ରୋଗୀ ପାଣି କୁ ଦେଖିଲେ ଡରିବା ସହିତ ବିଭିନ୍ନ ଅଙ୍ଗ ଭଙ୍ଗି ପ୍ରଦର୍ଶନ କରିବ, ପାଟିରୁ ପାଣି ବାହାରିବ, ପାଣି ଢ଼ୋକି ପାରିବନାହିଁ l କେନ୍ଦୁଝର ପୌରପାଳିକା କାର୍ଯ୍ୟ ନିର୍ବାହୀ ଶ୍ରୀ ଲଳିତ କୁମାର ନାଏକ କହିଲେ ପ୍ରତେକ ପ୍ରାଣୀ ମାନଙ୍କୁ ଦୟା ପ୍ରଦର୍ଶନ କରିବା l ପୌରାଞ୍ଚଳ ରେ ବୁଲାକୁକୁର ମାନଙ୍କର ବନ୍ଧ୍ୟା କରଣ ପାଇଁ ଏକ ପ୍ରକଳ୍ପ ଯଥାଶୀଘ୍ର ହେବାକୁ ଯାଉଛି l ଆମକୁ ଜଳାନ୍ତକ ରୋଗ ବିଷୟରେ ଅଧିକ ସଚେତନ କରିବାକୁ ପଡିବ l ସାମଜ ସେବୀ ଓ ପ୍ରଥମ ସରକାରୀ ଗୋ ଶାଳା କରିଥିବା ବ୍ୟକ୍ତି ଶ୍ରୀ ଗୋକୁଳାନନ୍ଦ କହିଲେ ଆଦିବାସୀ ଗାଁ ରେ ପ୍ରତେକ ଘରେ କୁକୁର ଗୃହ ପାଳିତ ପ୍ରାଣୀ l ସେମାନଙ୍କ ଟିକlକରଣ ଓ ଗ୍ରାମାଞ୍ଚଳ ରେ ଜଳାନ୍ତକ ରୋଗ ବିଷୟରେ ସଚେତନତା ଅଧିକା ହେବା ଦରକାର l କେନ୍ଦୁଝର ପୌରପାଳିକା ଅଧ୍ୟକ୍ଷା ଶ୍ରୀ ମତୀ ନିକୁ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ସହରାଞ୍ଚଳ ରେ କୁକୁର ରଖିଥିବା ପରିବାର କୁ ଚି଼ହ୍ନଟ କରାଯାଇ ପରିବାର ସଦସ୍ୟ ଓ ପୋଷା କୁକୁର ମାନଙ୍କୁ ଜଳାନ୍ତକ ପ୍ରତିଷେଧକ ଟୀକା ପ୍ରଦାନ କରାଯାଉ l ସହରାଞ୍ଚଳ ର ସମସ୍ତ ବୁଲା କୁକୁର ମାନଙ୍କୁ ଏକାଠି ରଖି ବନ୍ଧ୍ୟା କରଣ କରିବା, ଖାଇବାକୁ ଦେବା ସ୍ୱାସ୍ଥ୍ୟ ର ଯତ୍ନ ନେବାର ଏକ ସ୍ବପ୍ନ ରହିଛି l ଏହା ସମ୍ଭବ ହେଲେ ୨୦୩୦ସୁଦ୍ଧା ଜଳାନ୍ତକ ରୋଗ ନିରାକରଣ ହୋଇପାରିବ l ମୁଖ୍ୟବକ୍ତା ଭାବେ ଓଡ଼ିଆ ଗାନ୍ଧୀ ବିଚାର ପରିଷଦ ର ଅଧ୍ୟକ୍ଷ ତଥା ଜିଲ୍ଲା ଜୀବେ ଦୟା ସମିତି ର ବରିଷ୍ଠ ସଦସ୍ୟ ସମାଜ ସେବୀ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି କହିଲେ, ସହରାଞ୍ଚଳ ରେ ଓ ଗ୍ରାମlଞ୍ଚଳରେ ସଘନ ଭାବରେ ଜଳାନ୍ତକ ରୋଗର ନିରାକାର ପାଇଁ ସଚେତନତା କରିବାର ଦାୟିତ୍ୱ ପ୍ରାଣୀ ବିଭାଗ ନେଉ l ପ୍ରାଣୀ ବିଭାଗର ପ୍ରତେକ ବ୍ୟକ୍ତିଙ୍କୁ ବାଧ୍ୟତା ମୂଳକ ଭାବରେ ଜଳାନ୍ତକ ଟୀକା କରଣ କରାଯାଉ l ସେମାନେ ଏହି ଲଢେଇର ଆଗ ଧାଡ଼ିର ସୈନିକ ହେବେ l ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଗ୍ରାମାଞ୍ଚଳରେ ଜଳାନ୍ତକ ରୋଗ ନିରାକାର ପାଇଁ ଜିଲ୍ଲା ପ୍ରାଣୀ ମଙ୍ଗଳ ଅଧିକାରୀଙ୍କ ନେତୃତ୍ୱ ରେ ଏକ ଅଭିଯାନ କରିବାକୁ ପଡିବ l ପ୍ରତେକ ପ୍ରାଣୀ ମାନଙ୍କ ପ୍ରତି ସମ୍ବେଦନଶୀଳ ଓ ଦୟାବାନ ହେବାକୁ ଆହ୍ୱାନ ଦେଇଥିଲେ l ୧୩ ଟି ବ୍ଲକ ପ୍ରାଣୀ ଚିକିତ୍ସl ଅଧିକାରୀ ମାନେ ସଭାରେ ଯୋଗଦେଇଥିଲେ l ଜିଲ୍ଲା ପ୍ରାଣୀ ମଙ୍ଗଳ ଅଧିକାରୀ ଡାକ୍ତର ପ୍ରସନ୍ନ କୁମାର ମୁଣ୍ଡl ଧନ୍ୟବାଦ ଅର୍ପଣ କରିଥିଲେ l
