ଆରଏସଏସର ଶତାଦ୍ଦୀ ବର୍ଷ ପାଳିତ
ଡେଲାଙ୍ଗ, :ଡେଲାଙ୍ଗ ବଜାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତାଦ୍ଦୀ ବର୍ଷ ପାଳିତ ହୋଇଯାଇଛି । ଏହା ସମାବେଶରେ ଡେଲାଙ୍ଗ ଖଣ୍ଡର ସମସ୍ତ ମଣ୍ଡଳରୁ ସ୍ୱୟଂସେବକମାନେ ଯୋଗଦେଇଥିଲେ । ସ୍ୱୟଂ ସେବକ କିଶୋର ପ୍ରଧାନଙ୍କ ତତ୍ୱାବଧାନରେ ଡେଲାଙ୍ଗ ବଜାର, ବେରବୋଇ ବଜାର, ଉଦୟପୁର ପ୍ରଭୃତି ବଜାର ଓ ଗ୍ରାମ ପରିକ୍ରମା କରି ବିଦ୍ୟାଳୟରେ ପହଞ୍ôଚଥିଲେ । ଏହି ଅବସରରେ ଅନୁଷ୍ଠିତ ସମାବେଶରେ ଗାଦିବ୍ରହ୍ମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସରୋଜ କୁମାର ପଣ୍ଡା ମୁଖ୍ୟଅତିଥିଭାବେ ଯୋଗଦେଇ ରଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ବସନ୍ତ କୁମାର ଦାଶ, କାହ୍ନୁଚରଣ ବେହେରା, ମନୋରଞ୍ଜନ ପାଉକରାୟ, ସର୍ବେଶ୍ୱର ବାରିକ୍ , ନୃସିଂହ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗକରିଥିଲେ ।
